16.1 C
Bhubaneswar
Sunday, December 21, 2025
Homeଓଡିଶାମହିଳାଙ୍କ ଭାଗିଦାରୀ କୃଷି ଅର୍ଥନୀତିକୁ ସୁଦୃଢ କରିବ : ଗୋକୁଳାନନ୍ଦ ମଲ୍ଲିକ

ମହିଳାଙ୍କ ଭାଗିଦାରୀ କୃଷି ଅର୍ଥନୀତିକୁ ସୁଦୃଢ କରିବ : ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ଵର: “ଚାଷରୁ ଅମଳ, ବିହନ ବୁଣିବାଠାରୁ ବିପଣନ ବ୍ୟବସ୍ଥାକୁ ଆଗକୁ ନେବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମହିଳା ଚାଷୀଙ୍କର ପ୍ରତ୍ୟକ୍ଷ ଯୋଗଦାନ ରହିଛି । କୃଷି ଅର୍ଥନୀତିକୁ ସୁଦୃଢ କରିବାରେ ମହିଳାଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ” ବୋଲି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଏମଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । “ସୃଜନରୁ ପ୍ରଭାବ: ସ୍ଥାୟୀ କୃଷି ଖାଦ୍ୟ ପ୍ରଣାଳୀ ପାଇଁ ଲିଙ୍ଗଗତ ପରିବର୍ତ୍ତନମୂଳକ ଆଚରଣ” ଉପରେ ସ୍ଥାନୀୟ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ (ସିୱା)ଠାରେ ଆୟୋଜିତ ତିନି ଦିନିଆ ବିଶ୍ଵ ସମ୍ମିଳନୀର ଉଦଯାପନୀ ସମାରୋହରେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ଏହା କହିଛନ୍ତି । …

କୃଷି କ୍ଷେତ୍ରରେ ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ବିଶ୍ଵ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । ସେମାନେ ସାମନା କରୁଥିବା ବିଭିନ୍ନ ପ୍ରତିବନ୍ଧକଗୁଡ଼ିକୁ ଭାଙ୍ଗିବା ପାଇଁ ସମ୍ମିଳିତ ପ୍ରୟାସ ନିମନ୍ତେ ଆହ୍ୱାନ ଦିଆ ଯାଇଥିଲା । କୃଷିରେ ଲିଙ୍ଗଗତ ସମାନତା, ମହିଳା ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିକରଣ ନୀତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଏହି ସମ୍ମିଳନୀ ଏକ ପ୍ରକୃଷ୍ଟ ମଞ୍ଚ ଥିଲା ବୋଲି ନିମନ୍ତ୍ରିତ ଅତିଥିମାନେ ମତ ବ୍ୟକ୍ତ କରିଥିଲେ । …

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ନିର୍ଦ୍ଦେଶକ ଓ ସମ୍ମିଳନୀର ଆୟୋଜକ ସଚିବ ଡକ୍ଟର ମ୍ରିଦୁଳା ଦେବୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଭାଗ ଅଧ୍ୟକ୍ଷ ଡକ୍ଟର ସୁକାନ୍ତ କୁମାର ଷଡଙ୍ଗୀ, ଜାତୀୟ ଦୁଗ୍ଧ ଉନ୍ନୟନ ପରିଷଦର ଆଞ୍ଚଳିକ ମୁଖ୍ୟ (କୋଲକାତା) ଡକ୍ଟର ସବ୍ୟସାଚୀ ରାୟ, ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ଡକ୍ଟର ହିମାଂଶୁ ବଳ, ବିଭିନ୍ନ ରାଜ୍ୟର ମହିଳା ଚାଷୀ, ଗବେଷକ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ, ଉଦ୍ୟୋଗୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମାଣ୍ଡିଆ ରାଣୀ ରାଇମତି ଘିଉରିଆ, ଉଦୀୟମାନ ମହିଳା ଉଦ୍ୟୋଗୀ ଓ ସଫଳ ମହିଳା ଚାଷୀଙ୍କୁ ସମ୍ମାନୀତ କରାଯାଇଥିଲା । ବିଭାଗ ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । …

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking