24.1 C
Bhubaneswar
Friday, January 16, 2026
Homeଖେଳନ୍ୟୁଜିଲାଣ୍ଡ ବିପକ୍ଷ ମହିଳା ଦିନିକିଆ ସିରିଜ୍‌; ଟିମ୍‌ରୁ ଘୋଷ, ବସ୍ତାକର ଓ ଶୋଭନା ବାଦ୍‌

ନ୍ୟୁଜିଲାଣ୍ଡ ବିପକ୍ଷ ମହିଳା ଦିନିକିଆ ସିରିଜ୍‌; ଟିମ୍‌ରୁ ଘୋଷ, ବସ୍ତାକର ଓ ଶୋଭନା ବାଦ୍‌

ନୂଆଦିଲ୍ଲୀ: ଚଳିତ ମାସ ୨୪ରୁ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୧୬ ଜଣିଆ ଭାରତୀୟ ମହିଳା ଟିମ୍ ଘୋଷିତ ହୋଇଛି। ହରମନ୍‌ପ୍ରୀତ୍ କୌରଙ୍କ ନେତୃତ୍ୱାଧୀନ ଟିମ୍‌ରେ ତିନିଜଣ ପ୍ରମୁଖ ଖେଳାଳି ଅନୁପସ୍ଥିତ ଅଛନ୍ତି। ସେମାନେ ହେଲେ ରିଚା ଘୋଷ, ପୂଜା ବସ୍ତ୍ରାକାର ଏବଂ ଆଶା ଶୋଭନା। ୱିକେଟ୍‌କିପର୍ ବ୍ୟାଟର୍ ରିଚା ଘୋଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଯୋଗୁଁ ଚୟନ ପାଇଁ ଅନୁପସ୍ଥିତ ରହିଥିଲେ। ଟି-୨୦ ବିଶ୍ୱକପ୍‌ରେ ଆଣ୍ଠୁରେ ଆଘାତପ୍ରାପ୍ତ ସ୍ପିନର୍ ଶୋଭନା ବିସିସିଆଇ ମେଡିକାଲ୍ ଟିମ୍ ଅଧୀନରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଫାଷ୍ଟ ବୋଲର୍ ବସ୍ତ୍ରାକରଙ୍କୁ ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି।

ଗତ ଜୁଲାଇରେ ସାଉଥ୍ ଆଫ୍ରିକାକୁ ୩-୦ରେ ହରାଇଥିବା ଭାରତୀୟ ଟିମ୍‌ର ସଦସ୍ୟ ଥିବା ପ୍ରିୟା ପୁନିଆ, ସାଇକା ଇସାକ୍ ଏବଂ ଶବ୍‌ନମ୍ ଶକିଲ୍‌ଙ୍କୁ ଟିମ୍‌ରେ ସ୍ଥାନ ମିଳିନଥିବା ବେଳେ କିପର୍‌-ବ୍ୟାଟର୍ ୟାସ୍ତିକା ଭାଟିଆଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଚୟନକର୍ତ୍ତା ଅଷ୍ଟ୍ରେଲିଆ-ଏ’ ବିପକ୍ଷରେ ଜୋର୍‌ଦାର ପ୍ରଦର୍ଶନ ପରେ ଚୟନକର୍ତ୍ତା ମହାରାଷ୍ଟ୍ରର ତେଜଲ୍ ହସବନିସ୍‌, ଗୁଜରାଟ ଜାଏଣ୍ଟ୍‌ସର ସାହାଲି ସାଟ୍‌ଗାରେ ଏବଂ ପ୍ରିୟା ମିଶ୍ରାଙ୍କ ସମେତ ୟୁପି ୱାରିୟର୍ସ ସିମର୍ ସାଇମା ଠାକୋର୍‌ଙ୍କୁ ଟିମ୍‌ରେ ସୁଯୋଗ ଦେଇଛନ୍ତି।

ଭାରତୀୟ ସ୍କ୍ୱାଡ୍‌: ହରମନପ୍ରୀତ୍ କୌର୍ (କ୍ୟାପ୍‌ଟେନ୍‌), ସ୍ମୃତି ମନ୍ଧାନା (ଭାଇସ୍ କ୍ୟାପ୍‌ଟେ୍‌), ଶେଫାଳୀ ବର୍ମା, ଦୟାଲନ ହେମଲତା, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ସ, ୟାସ୍ତିକା ଭାଟିଆ (ୱିକେଟ୍‌କିପର), ଉମା ଛେତ୍ରୀ (ୱିକେଟ୍‌କିପର୍‌), ସୟାଲୀ ସାଟ୍‌ଗରେ, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, ତେଜଲ୍ ହସବନିସ୍‌, ସାଇମା ଠାକୋର୍‌, ପ୍ରିୟା ମିଶ୍ରା, ରାଧା ଯାଦବ ଓ ଶ୍ରେୟଙ୍କା ପାଟିଲ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking