27.1 C
Bhubaneswar
Tuesday, January 13, 2026
Homeଖେଳଭାରତ ବିପକ୍ଷ ମହିଳା ଦିନିକିଆ ସିରିଜ୍‌: ତହଲିଆ ମ୍ୟାକ୍‌ଗ୍ରାଥ୍ ଅଷ୍ଟ୍ରେଲିଆ କ୍ୟାପ୍‌ଟେନ୍‌

ଭାରତ ବିପକ୍ଷ ମହିଳା ଦିନିକିଆ ସିରିଜ୍‌: ତହଲିଆ ମ୍ୟାକ୍‌ଗ୍ରାଥ୍ ଅଷ୍ଟ୍ରେଲିଆ କ୍ୟାପ୍‌ଟେନ୍‌

ମେଲ୍‌ବର୍ଣ୍ଣ: ଭାରତ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଶନିବାର ଅଷ୍ଟ୍ରେଲିଆ ମହିଳା ଟିମ୍ ଘୋଷିତ ହୋଇଛି। ନିୟମିତ କ୍ୟାପ୍‌ଟେନ୍ ଅଲିସା ହିଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତହଲିଆ ମ୍ୟାକ୍‌ଗ୍ରାଥ୍‌ଙ୍କୁ ଟିମ୍‌ର ନେତୃତ୍ୱ ପ୍ରଦାନ କରାଯାଇଛି। ଚଳିତ ମହିଳା ବିଗ୍ ବ୍ୟାଶ୍ ଲିଗ୍ ଅବସରରେ ହିଲିଙ୍କ ଆଣ୍ଠୁରେ ଆଘାତ ଲାଗିଥିବା କାରଣରୁ ତାଙ୍କୁ ସିରିଜ୍‌ରୁ ବାଦ୍ ଦିଆଯାଇଛି। ତେବେ ଆସନ୍ତା ମାସରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ବେଳକୁ ସେ ଫିଟ୍ ହୋଇଥିବା ଆଶା କରାଯାଉଛି। ଇତିମଧ୍ୟରେ ୨୧ ବର୍ଷୀୟ ଜର୍ଜିଆ ଭୋଲ୍‌ଙ୍କୁ ପ୍ରଥମ ଥର ପାଇଁ ଟିମ୍‌ରେ ସାମିଲ କରାଯାଇଛି। ଡବ୍ଲ୍ୟୁବିବିଏଲ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କାରଣରୁ ତାଙ୍କୁ ଏହି ସୁଯୋଗ ମିଳିଛି। ଡବ୍ଲ୍ୟୁବିବିଏଲ୍ ଏବଂ ମହିଳା ନାସ୍‌ନାଲ୍ କ୍ରିକେଟ୍ ଲିଗ୍‌ରେ ସେ ତିନି ଟପ୍ ସ୍କୋରର୍‌ଙ୍କ ମଧ୍ୟରୁ ଅନ୍ୟତମ ଥିବାବେଳେ ଦୁଇଟି ଟୁର୍ଣ୍ଣାମେଣ୍ଟ୍‌ରେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଆସନ୍ତା ବର୍ଷ ଆଶେସ୍ ପ୍ରସ୍ତୁତି ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ଭାରତ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ। ସାତମାସ ପରେ ଏହା ଅଷ୍ଟ୍ରେଲିଆର ପ୍ରଥମ ସିରିଜ୍ ହେବ। ଶେଷଥର ପାଇଁ ଟିମ୍ ଏପ୍ରିଲ୍‌ରେ ବାଂଲାଦେଶ ବିପକ୍ଷରେ ଖେଳିଥିବା ସିରିଜ୍ କ୍ଲିନ୍ ସ୍ୱିପ୍ କରିଥିଲା। ଅଷ୍ଟ୍ରେଲିଆ ମହିଳା ଟିମ୍‌: ତହଲିଆ ମ୍ୟାକ୍‌ଗ୍ରାଥ୍ (କ୍ୟାପ୍‌ଟେନ୍‌), ଡାର୍ସି ବ୍ରାଉନ୍‌, ଆସ୍‌ଲେ ଗାର୍ଡନର୍‌, କିମ୍ ଗାର୍ଥ, ଆଲାନା କିଙ୍ଗ୍‌, ଫୋଏବ୍ ଲିଚ୍‌ଫିଲ୍ଡ, ସୋଫି ମୋଲିନେକ୍ସ, ବେଥ୍ ମୁନି, ଅଲିସ୍ ପେରୀ, ମେଗାନ୍ ଶଟ୍‌, ଆନାବେଲ୍ ସଦରଲାଣ୍ଡ, ଜର୍ଜିଆ ୱାରେହାମ୍‌, ଜର୍ଜିଆ ଭୋଲ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking