25.1 C
Bhubaneswar
Tuesday, January 13, 2026
Homeଓଡିଶାରାଜ୍ୟରେ ହେବ ମହିଳା କୋର୍ଟ: ଆଇନମନ୍ତ୍ରୀ

ରାଜ୍ୟରେ ହେବ ମହିଳା କୋର୍ଟ: ଆଇନମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ନାବାଳିକାମାନଙ୍କ ଉପରେ ଅଧିକ ଯୌନ ନିର୍ଯାତନା କରାଯାଉଥିବାର ଘଟଣା ନଜରକୁ ଆସୁଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଖୁବଶୀଘ୍ର ମହିଳା କୋର୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ମହିଳାଙ୍କ ଉପରେ ହେଉଥିବା ସମସ୍ତ ନିର୍ଯାତନା ସମ୍ପର୍କିତ ମାମଲା ଏହି କୋର୍ଟରେ ବିଚାର କରାଯିବ। ଏହି ସ୍ଵତନ୍ତ୍ର ମହିଳା କୋର୍ଟରେ ଜଜ୍‌ଙ୍କ ସମେତ ସରକାରୀ ଓକିଲ ଓ କର୍ମଚାରୀ ମାନେ ମଧ୍ୟ ମହିଳା ରହିବେ । ଫାଷ୍ଟ ଟ୍ରାକ୍ କୋର୍ଟ ଭଳି ଏହି କୋର୍ଟରେ ଅଧିକ ଏବଂ ଶୀଘ୍ର ମକଦ୍ଦମା ସାରିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯିବ। କୋର୍ଟ ସ୍ଥାପନ ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ  ହୋଇଛି। ଏନେଇ ହାଇକୋର୍ଟଙ୍କ ସହ ଆଲୋଚନା ମଧ୍ୟ ଆରମ୍ଭ କରାଯାଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking