ଭୁବନେଶ୍ୱର: ବ୍ୟାରିକେଡ ଭାଙ୍ଗିଲେ ମହିଳା କଂଗ୍ରେସ କର୍ମୀ । ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର ପିଏମଜିରେ ଠେଲାପେଲା ପରିସ୍ଥିତି ଉପୁଜିଛି । ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଘେରାଉ କରିଛନ୍ତି । ଲୋୟର ପିଏମଜିରେ ହଜାର ହଜାର ମହିଳା କଂଗ୍ରେସ କର୍ମୀ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଉପସ୍ଥିତ ଅଛନ୍ତି । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ମହିଳା କଂଗ୍ରେସ ପ୍ରତିବାଦ କରିଛି ।










