17.1 C
Bhubaneswar
Tuesday, December 9, 2025
Homeଓଡିଶା‘ସୁଭଦ୍ରା’ କୁ ନେଇ ମହିଳାଙ୍କ କଳି

‘ସୁଭଦ୍ରା’ କୁ ନେଇ ମହିଳାଙ୍କ କଳି

ଭୁବନେଶ୍ୱର (ବିପିନ୍ ସିଂ) : ୨୦୨୪ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏହି ଯୋଜନାରେ ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର୍‌ ପାଇବେ । ଯାହାକୁ ମହିଳାମାନେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ ବୋଲି ବିଜେପି କହିଥିଲା । ହେଲେ ଏବେ କହୁଛି ରାଜ୍ୟର ୧ କୋଟି ମହିଳା ସାମିଲ ହେବେ ଆଉ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ କରି ୧୦ ହଜାର ଏପରି ୫ ବର୍ଷରେ ୫୦ ହଜାର ଟଙ୍କା ପାଇବେ । ଯଦି ମହିଳାଙ୍କୁ ୫ ବର୍ଷରେ ବର୍ଷକୁ ମାତ୍ର ୧୦ ହଜାର ଦେବେ,ତେବେ ମହିଳା ଜଣଙ୍କ ସେହି ଟଙ୍କାରେ କେମିିତି ସ୍ବାବଲମ୍ବୀ ହୋଇପାରିବେ। ବିଜେପି କଣ ପାଇଁ ରାଜ୍ୟର ମହିଳାଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲା, ଭୋଟ ପାଇଁ ମିଛ କହିଥିଲା, ଆଉ ଭୋଟ ମିଳିଲା ପରେ ଏବେ ନାଟକ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଏହାକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଳି ଦେଖିବାକୁ ମିଳିଛି । ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ”ବିଜେପି ଯେଉଁ ଭଳି ଭାବେ ମିଛ କହି ମହିଳାଙ୍କୁ ଛକି ଭୋଟ ଆଣିଛନ୍ତି ତାହାର ଜବାବ ମିଳିବ । ସୁଭଦ୍ରା ଯୋଜନାରେ ଏକାଥରେ ୫୦ ହଜାର ଦେବା କହିକି ୫ ହଜାର ଦେବାକୁ କହିଛନ୍ତି । ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଉ ଓ ୫୦ ହଜାର ଟଙ୍କା ଦିଆୟାଉ । ଯାହା ସେ ଭୋଟ ବେଳେ କହିଥିଲେ, ଏବେ ଲୋକଙ୍କୁ ପ୍ରତାରିତ କରୁଛନ୍ତି । ମିଛ କହି ମହିଳାଙ୍କ ଭୋଟ ଆଣିଛନ୍ତି । ଭୋଟ ସମୟରେ କହିଥିଲେ ଆମେ ସବୁ ମହିଳାଙ୍କୁ ଦେବୁ । ସେ ଆହୁରି ମଧ୍ୟ କହିଛନ୍ତି , ସରକାର ବିଭିନ୍ନ ପ୍ରକାର ନୀତି ନିୟମ ବାହାର କରୁଛନ୍ତି ୨୧ରୁ୬୦ ବର୍ଷ ପାଇଁ ମାନଦଣ୍ଡ , ଇନକମ କ୍ରାଇଟେରିଆ ଏବଂ ସେଥିରୁ ଯେତିକି ବଜେଟରେ ଅଛି ୨ କୋଟି ମହିଳାଙ୍କୁ ମହିଥିଲେ ହେଲେ ୧ କୋଟି ମହିଳାଙ୍କ ପାଇଁ ବଜେଟରେ ବ୍ୟବସ୍ଥା ରହିଛି । ଏବଂ ସେହି ଟଙ୍କାକୁ ବର୍ଷକୁ ୨ ଥରରେ ୧୦ହଜାର ଦେବେ । ତେବେ ୫ହଜାର ଟଙ୍କା ନେଇକିି ଜଣେ କେଉଁ ପ୍ରକାର ବ୍ୟବସାୟ କରିବ , କିଭଳି ଭାବରେ ନିଜେ ବ୍ୟବସାୟ କରିକି ନିଜ ଗୋଡରେ ଠିଆ ହୋଇପାରିବ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା ମାନଙ୍କୁ ଯେଉଁଭଳି ଭାବରେ ଠକିଛନ୍ତି , ମିଛକଥା କହିକି ଭୋଟ ଆଣିଛନ୍ତି ଏବଂ ସୁଭଦ୍ରା ଯୋଜନାରେ ଏକାଥରକେ ୫୦ହଜାର ଟଙ୍କା ଦେବା କଥା କହିକି ୫ହଜାର କରି ଦେଉଛନ୍ତି ଏହା ମହିଳା ମାନଙ୍କ ପ୍ରତି ଏକ ଅପମାନ , ଏକ ଅବହେଳା ଓ ମହିଳା ମାନଙ୍କୁ ଠକିଛନ୍ତି । ତେବେ ମହିଳା ମାନେ ନିଶ୍ଚିତ ଭାବରେ ଏହାର ଉତ୍ତର ଦେବେ । ବିଜୁ ଜନତା ଦଳ ସରକାର ଯେତେବେଳେ ଥିଲେ ମହିଳାମାନଙ୍କୁ ଯେଉଁଭଳି ଭାବରେ ଜିରୋ ଇଣ୍ଟ୍ରେଷ୍ଟରେ ଲୋନ ଦେଉଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ପଇସାର ସହାୟତା କରୁଥିଲେ, ଆଜି ଏ ସରକାର ସେ କାର୍ଯ୍ୟକୁ ବଦଳେଇ ଯେଉଁଭଳି ଭାବରେ ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛନ୍ତି । ମହିଳା ମାନଙ୍କୁ ପ୍ରତାରଣା କରିଛନ୍ତି , ସେ ପ୍ରତାରଣା ଚଳିବ ନାହିଁ । ଆମେ ଦାବି କରୁଛୁ ଯେଉଁଭଳି ଭାବରେ କହିଥିଲ ସମସ୍ତ ମହିଳା ମାନଙ୍କୁ ଟଙ୍କା ଦେବା ପାଇଁ, ଆଜି ସମସ୍ତ ମହିଳା ମାନଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଭାଉଚର ଦିଆଯାଉ ।

ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ”ସୁଭଦ୍ରା ଯୋଜନା ପାଇଁ ଏସଓପି ପରେ ପଞ୍ଜୀକରଣ ଆରମ୍ଭ ହୋଇଛି । କାଲି କିଛି ମହିଳା ଆସି ଦାବି କରିଥିଲେ, ପ୍ରଥମ ଇନଷ୍ଟଲମେଣ୍ଟ ରାକ୍ଷୀରେ ମିଳିବା କଥା, କିନ୍ତୁ ରାକ୍ଷୀ ସରିଯାଇଛି । ସେମାନେ ଠିକ ଭାବେ ୧୦ଟା ଇନଷ୍ଟଲମେଣ୍ଟ ପାଇପାରିବେ କି ନାହିଁ ତାଙ୍କ ମନରେ ସନ୍ଦେହ ରହିଛି । ଯଦି ରାକ୍ଷୀ ଇନଷ୍ଟଲମେଣ୍ଟଟା ତୁରନ୍ତ ପାଇ ପାରିବେ ତେବେ କାମରେ ଲଗାଇ ପାରିବେ । ୨୧ ରୁ ୬୦ ବର୍ଷ ପର୍ଯ୍ୟନ୍ତ ମହିଳା ମାନେ ଏହି ଯୋଜନାରେ ସାମିଲ କରାଯାଉଛି । କିନ୍ତୁ ୬୦ ବର୍ଷ ପରର ମହିଳା ମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ୬୦ ବର୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ଯୋଜନାରେ ସାମିଲ କରିବା ଦରକାର । ୬୦ରୁ ୮୦ ବର୍ଷର ମହିଳାଙ୍କୁ ମଧ୍ୟ ଯୋଜନାରେ ସାମିଲ କରିବାକୁ ଦାବି ରଖିଛୁ । ତେବେ ତାକୁ ଛାଡିକି ଯେଉଁ ଲିମିଟ କରିଦେଲେ କି ଯେଉଁମାନେ ୧୫୦୦ ଟଙ୍କା ପାଉଛନ୍ତି କୌଣସି ଜରିଆରେ ସେମାନେ ବି ଏହି ସୁଭଦ୍ରା ଯୋଜନାରେ ପାଇପାରିବେ ନାହିଁ ଟଙ୍କା । କିନ୍ତୁ ଯଦି ଆମେ ପ୍ରକୃତରେ ଦେଖିବା ଯେଉଁମାନେ କଷ୍ଟ କରୁଛନ୍ତି ଆମର ପାଚିକା ଦିଦି ମାନେ ଯେଉଁମାନେ ୨ ହଜାର ପାଉଛନ୍ତି , ଅନ୍ୟ ମାନେ ଯେଉଁମାନେ କମ ପେନସନ ପାଉଛନ୍ତି ସେମାନଙ୍କୁ ଯଦି ଆମେ ଏହି ଯୋଜନାଠାରୁ ବଂଚିତ କରିଦେବା ତେବେ ସେମାନେ ମଧ୍ୟ ଏହି ଯୋଜନାର ସୁବିଧା ପାଇବେ ନାହିଁ । ତେବେ ଆମର ଦାବି ଥିଲା ଯୋଜନାରେ ଭଦଭାବ କରାନଯାଇ ସମସ୍ତ ମହିଳାଙ୍କୁ ସାମିଲ କରାଯାଉ । ଓ ଆପଣ ଆପଣଙ୍କ ମାନିଫେଷ୍ଟୋରେ ଯାହା କହିଥିଲେ ତାକୁ ପୂରଣ କରାଯାଉ ।
ସେହିପରି ବିଜେପି ବିଧାୟିକା ଉପାସନା ମହାପାତ୍ର ଏହି ପ୍ରସଙ୍ଗରେ ବିଜେଡ଼ିକୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ପବିତ୍ର ଗୃହରେ ଗୋଟିଏ ପ୍ରକ୍ରିୟା ରହିଛି ଓ ସେ ପ୍ରକ୍ରିୟାକୁ ଆମକୁ ଅନୁସରଣ କରିବାକୁ ପଡିବ । ଯେତେବେଳେ ପ୍ରଶ୍ନକାଳର ସମୟ ଚାଲୁଛି ସେତେବେଳେ ପ୍ରଶ୍ନ ପଚାରି ପାରିବେ ଓ ଯେତେବେଳେ ମୁଲତବି ପ୍ରସ୍ତାବ ଦିଆଯାଇଛି ମୁଲତବି ପ୍ରସ୍ତାବ ସମୟରେ ଆଲୋଚନା କରିବାର ମଧ୍ୟ ସମୟ ଅଛି । କିନ୍ତୁ ହଟ୍ଟଗୋଳ କରିବାର ମାନସିକତା ନେଇକି ସେମାନେ ଏହି ଗୃହ ଭିତରେ ପ୍ରବେଶ କରିଛନ୍ତି ଏବଂ ଗୃହକୁ ବନ୍ଦ କରିଛନ୍ତି ଓ କାର୍ଯ୍ୟକୁ ସଠିକ୍ ଭାବେ ଚାଲିବାକୁ ଦେଉନାହାନ୍ତି । ସୁଭଦ୍ରା ଯୋଜନାକୁ ନେଇକି ଆଜି ହଟ୍ଟଗୋଳ କରିଛନ୍ତି । ତେବେ ମୁଁ ପଚାରିବାକୁ ଚାହୁଁଛି ଯେ, ଯେତେବେଳେ ୨୪ ବର୍ଷ ଆପଣଙ୍କର ଶାସନ କାଳ ଥିଲା ସେତେବେଳେ ଓଡିଶାର ମା ମାନଙ୍କୁ , ଓଡିଶାର ମା’, ଭଉଣୀ ମାନଙ୍କୁ ବ୍ୟବହାର କରିବି ଭୋଟ୍ ବ୍ୟାଙ୍କ ପଲିଟିସ୍କ କରିଛନ୍ତି । ମହିଳା ଶସକ୍ତ କରଣ ନାଁରେ ରାଜନିତୀ କରିଛନ୍ତି । ମା’ ମାନଙ୍କୁ ବ୍ୟବହାର କରି ତାଙ୍କର ଭୋଟ ବ୍ୟାଙ୍କ ତିଆରି କରିଛନ୍ତି । ଆଜି ମୋହନ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ କିମ୍ବା ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଓଡିଶାର ମା’ମାନଙ୍କ ପାଇଁ ଆଜି ସେ ପ୍ରତିଶ୍ରୁତିର ରକ୍ଷା କରିଛନ୍ତି । ଏବଂ ସୁଭଦ୍ରା ଯୋଜନାକୁ ଆଗାମୀ ୧୭ ତାରିଖରେ କାର୍ଯ୍ୟକାରୀ କରି ଓଡିଶାର ମା’, ଭଉଣୀ ମାନଙ୍କୁ ଗୋଟେ ଉପହାର ଦେବାକୁ ଚାହୁଁଛନ୍ତି । ଏବଂ ବିଜୁ ଜନତା ଦଳର ବନ୍ଧୁ ମାନଙ୍କୁ ବୋଧହୁଏ ଏହିପାଇଁ କଷ୍ଟ ଲାଗୁଛି କାରଣ ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ଗୋଟେ କଥା କହିଛନ୍ତି କି – ନା ଖାଉଙ୍ଗା ନା ଖାନେ ଦୁଙ୍ଗା ସେମିତି ମୁଁ ଭାବୁଛି ବିଜୁ ଜନତା ଦଳର ଗୋଟିଏ ମାନସିକତା ଅଛି ନା ମୁଁ କରିବି ନା କରିବାକୁ ଦେବି । ଆଜି ଯେତୋବେଳେ ଓଡିଶାର ମହିଳା ମାନଙ୍କୁ ଶସକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ବିଜେପି ଏବଂ ମୋହନ ସରକାର ପ୍ରତିଶ୍ରୁତି ରକ୍ଷା କରିକି ସୁଭଦ୍ରା ଯୋଜନାକୁ କାର୍ଯ୍ୟକରିବାକୁ ଯାଉଛନ୍ତି ମୁଁ ପଚାରିବାକୁ ଚାହୁଁଛି ବିଜେଡି ଏହାକୁ କାହିଁକି ସହିପାରୁ ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking