27.1 C
Bhubaneswar
Thursday, March 26, 2026
Homeଓଡିଶାମାଓ ସଂଗଠନ ଛାଡ଼ିଲେ ମହିଳା

ମାଓ ସଂଗଠନ ଛାଡ଼ିଲେ ମହିଳା

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ସଂଗଠନର ହିଂସାତ୍ମକ ବିଚାରଧାରାରେ ଅତିଷ୍ଠ ହୋଇ ଏହି ମହିଳା ମାଓବାଦୀ ଜଣକୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ସ୍ଥିର କରିଥିଲେ ବୋଲି ପୁଲିସ ନିକଟରେ ପ୍ରକାଶ କରିଛନ୍ତି। ଏହି ମାଓବାଦୀ ଜଣକ ହେଲେ ପରତାପୁର ଏରିଆ କମିଟିର ପାର୍ଟି ସଦସ୍ୟା ଆୟତେ ନୁରେଟି ଅରଫ ନନ୍ଦିନୀ। ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ବିନୟ କୁମାରଙ୍କର ସମ୍ମୁଖରେ ନନ୍ଦିନୀ ଆତ୍ମସମର୍ପଣ କରି ମାଓ ସଂଗଠନର ସବୁ ଗୁମର ଖୋଲିଛନ୍ତି। ପୁଲିସ ତରଫରୁ ତରନ୍ତ ମହିଳା ମାଓବାଦୀଙ୍କୁ ୨୫ ହଜାର ଟଂକା ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking