22.1 C
Bhubaneswar
Monday, December 15, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହିଳା କମ୍ୟୁନିଟି ସପୋଟ୍‌ର୍ ଷ୍ଟାଫ୍

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହିଳା କମ୍ୟୁନିଟି ସପୋଟ୍‌ର୍ ଷ୍ଟାଫ୍

ଭୁବନେଶ୍ୱର: ପୂର୍ବ ସରକାର ମହିଳା ସଶକ୍ତିକରଣ ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ନିଯୁକ୍ତ କରିଥିଲେ। କେବଳ ନିଯୁକ୍ତି ଦେଇଦେଲେ ତ ହବନି, ସେମାନଙ୍କ ପାରିଶ୍ରମିକ ମଧ୍ୟ ସେମାନଙ୍କୁ ଦେବା ଦରକାର ଥିଲା। ଗତ ସରକାର ସେମାନଙ୍କୁ ଅଣଦେଖା କରିଥିଲେ ଏବଂ ଗତ ୧୦ ମାସ ହେଲାଣି ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ପାରିଶ୍ରମିକ ପାଇ ନାହାନ୍ତି । ଆମ ସରକାର କ୍ଷମତାକୁ ଆସିବା ପରେ, ଏହାକୁ ଗୁରୁତ୍ୱର ସହ ନେଇ ସେମାନଙ୍କ ବକେୟା ପାରିଶ୍ରମିକ ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମହିଳାଙ୍କୁ ଲକ୍ଷପତି ବନାଇବାକୁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ଆମେ ନିଶ୍ଚୟ ସଫଳ କରିବା। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ରାଜ୍ୟର ମହିଳାଙ୍କର ଆର୍ôଥକ ଅଭିବୃଦ୍ଧି କରାଇବା ଲକ୍ଷ୍ୟ ନେଇ ‘ଲକ୍ଷପତି ଦିଦି ଯୋଜନା’ କାର୍ଯ୍ୟକାରୀ ନିମନ୍ତେ ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିବୃତ୍ତି ଦେବାପରେ ଶନିବାର ମଧ୍ୟାହ୍ନରେ ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ମହିଳା କମ୍ୟୁନିଟି ସପୋଟ୍‌ର୍ ଷ୍ଟାଫ୍ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ମହିଳାଙ୍କୁ ନିଜ ଭଉଣୀ ଭାବେ ସମ୍ବୋଧନ କରିବା ସହିତ ରାଜ୍ୟ ସରକାର ୨୦୨୭ ସୁଦ୍ଧା ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାପାଇଁ ଲକ୍ଷ୍ୟ ରଖିଛନ୍ତି। ସମସ୍ତେ ନିଜେ ଲକ୍ଷ ପତି ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଲକ୍ଷପତି ହେବା ପାଇଁ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଲକ୍ଷପତି ଦିଦି ଯୋଜନା ହେଉଛି ପ୍ରଧାନମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ସ୍ୱପ୍ନ। ଆପଣ ସମସ୍ତଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀଙ୍କର ଏହି ଲକ୍ଷ୍ୟ ପୂରଣ ହେବ। ସୁଭଦ୍ରା ଯୋଜନାରେ ମିଳୁଥିବା ସହାୟତା ରାଶିକୁ ବିଭିନ୍ନ ବ୍ୟବସାୟରେ ବିନିଯୋଗ କରି ଘରର ରୋଜଗାର ବଢ଼ାଇବାକୁ ହେବ। ଓଡ଼ିଶାରେ ‘ଲକ୍ଷପତି ଦିଦି ସହାୟତା ଯୋଜନା’ ଲାଗୁ ହେବ ବୋଲି ଶୁକ୍ରବାର ଘୋଷଣା ହୋଇଛି। ଏହି ଯୋଜନାରେ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସାମିଲ କରାଯିବ। ସେମାନଙ୍କ ବକେୟା ପାରିଶ୍ରମିକ ସହ ନିୟମିତ ପାରିଶ୍ରମିକ ପ୍ରଦାନ କରାଯିବ ଏବଂ ଜିପିଏଲଏଫ ମାନଙ୍କୁ ସୁଦୃଢ କରାଯିବ। ଲକ୍ଷପତି ଦିଦି ସହାୟତା ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ଜିପିଏଲଏଫଗୁଡ଼ିକ ସୁଦୃଢ଼ ହେବେ। ପୂର୍ବରୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି ବର୍ତ୍ତମାନ ଏହି ଯୋଜନା ମାଧ୍ୟମରେ ମହିଳାମାନେ ଆର୍ôଥକ କ୍ଷେତ୍ରରେ ସଶକ୍ତ ହେବା ସହ ସମୃଦ୍ଧ ମଧ୍ୟ ହେବେ। ‘ଲକ୍ଷପତି ଦିଦି ଯୋଜନା’ ମାଧ୍ୟମରେ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ। ଏଥିପାଇଁ ଜିପିଏଲଏଫ୍‌ଙ୍କୁ ଅନୁଦାନ ପ୍ରଦାନ କରାଯିବ। ରାଜ୍ୟର ୬୨ ହଜାରରୁ ଊର୍ଦ୍ଧ୍ୱ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫ, ଏହା ମାଧ୍ୟମରେ ଉପକୃତ ହେବେ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking