16.1 C
Bhubaneswar
Saturday, December 13, 2025
Homeଓଡିଶାଓଡ଼ିଶାରେ ନାରୀ ଅସୁରକ୍ଷିତ: ସାରା ରାଜ୍ୟରେ ବିଜେଡିର ପ୍ରତିବାଦ

ଓଡ଼ିଶାରେ ନାରୀ ଅସୁରକ୍ଷିତ: ସାରା ରାଜ୍ୟରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟରେ ନାରୀ ଆଉ ସୁରକ୍ଷିତ ନାହାଁନ୍ତି । ପ୍ରତ୍ୟେକ ଦିନ ନାରୀ ନିର୍ଯାତନା ହେଉଛି । ସେଥିପାଇଁ ଆଜି ରାଜ୍ୟ ବିଜେଡି ଡାକରାରେ ରାଜ୍ୟରେ ରାଜ୍ୟର ବିଭିନ୍ନ କଲେଜ ସମ୍ମୁଖରେ ଛାତ୍ର, ଯୁବ ବିଜେଡି କରୁଛି ପ୍ରତିବାଦ । ଶତାଧିକ କଲେଜ ଛାତ୍ରଛାତ୍ରୀ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି । ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ହେଉଥିବା ବେଳେ ଭୁବନେଶ୍ୱରର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ହୁଙ୍କାର ଦେଖିବାକୁ ମିଳିଛି। ଏହି କ୍ରମରେ ଭୁବନେଶ୍ୱର ରାଜଧାନୀ କଲେଜରେ ଛାତ୍ରଛାତ୍ରୀ ଏକାଠି ହୋଇ ରାଜ୍ୟବ୍ୟାପି ମହିଳା ହିଂସାର ପ୍ରତିବାଦ କରୁଛନ୍ତି। ମହିଳାଙ୍କୁ ସୁରକ୍ଷା, ନ୍ୟାୟ ଓ ସମ୍ମାନ ସହ ମହିଳା ବିରୋଧୀ ଅପରାଧ ତୁରନ୍ତ ରୋକିବାକୁ ଦାବି ହୋଇଛି। ଛାତ୍ରଛାତ୍ରୀ ମାନେ ଶ୍ରେଣୀ ବର୍ଜନ କରିବା ସହ କଳା ବ୍ୟାଜ୍ ପରିଧାନ କରି ପିକେଟିଂ କରୁଛନ୍ତି। ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଏହା ବିରୋଧରେ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରତିବାଦ କରୁଛି ବିଜେଡି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking