26.1 C
Bhubaneswar
Monday, April 14, 2025
Homeଓଡିଶାଅସହ୍ୟ ହେଲା ସ୍ତ୍ରୀର ଅତ୍ୟାଚାର: ଜୀବନ ହାରିଲେ ସ୍ୱାମୀ; ସ୍ତ୍ରୀ ଓ ଶାଶୁ ଗିରଫ

ଅସହ୍ୟ ହେଲା ସ୍ତ୍ରୀର ଅତ୍ୟାଚାର: ଜୀବନ ହାରିଲେ ସ୍ୱାମୀ; ସ୍ତ୍ରୀ ଓ ଶାଶୁ ଗିରଫ

ଖୋର୍ଦ୍ଧା: ସ୍ତ୍ରୀର ମାନସିକ ଅତ୍ୟାଚାର ର ଶିକାର ହୋଇ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ସ୍ୱାମୀ ।ମୃତକ ହେଲେ ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ କୁମାରବସ୍ତ ଗ୍ରାମର ରାମଚନ୍ଦ୍ର ବଡ଼ଜେନା (୩୬) । ମୃତୁ ୍ୟ ପୂର୍ବରୁ ତାଙ୍କ ମୃ୍ତୁ୍ୟପାଇଁ ସ୍ତ୍ରୀ ଓ ଶାଶୁ ଦାୟୀ ବୋଲି କହି ମୋବାଇଲ ରେ କରିଥିବା ଭିଡିଓ ଏବେ ଭାଇରାଲ ହେବାର ଲାଗିଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ତ୍ରୀ ରୂପାଲି ବଡଜେନା (୨୪) ଓ ଶାଶୁ ସଞ୍ଜୁ ପାଟଶାଣୀ (୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଧଉଳି ମୁହଁ ରାମ ମନ୍ଦିର ନିକଟରେ ଜଣେ ଯୁବକର ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଏହା ଦେଖି ପୋଲିସକୁ ଖବର ଦେବାରେ ପୋଲିସ ଘଟଣା ସ୍ଥଳକୁ ଯାଇ ଶବକୁ ଉଦ୍ଧାର କରିବା ସହିତ ଯାଂଚ ଆରମ୍ଭ କରିବା ପରେ ଜଣା ପଡିଥିଲା ମୃତ୍ୟୁ ପଛର କାରଣ । ନିଜ ମୃତ୍ୟୁ ପଛର କାରଣକୁ କହି ମୋବାଇଲ ରେ ରେକର୍ଡÿ କରିଥିଲେ ମୃତକ । ଭିଡ଼ିଓରେ ନିଜ ମୃତ୍ୟୁ ପାଇଁ ସ୍ତ୍ରୀ ଓ ଶାଶୁଙ୍କୁ କରିଥିଲେ ଦାୟୀ ।

ବାହାଘର ସମୟରେ ରୂପାଲିଙ୍କ ଘର ଲୋକଙ୍କୁ ପ୍ରାୟ ୨୦ଲକ୍ଷ ଦେଇଥିଲେ ସେ । ବାହାଘର ପରେ ସେମାନେ ଉକ୍ତ ଟଙ୍କା ଫେରାଇବାକୁ ପ୍ରତିଶୃତି ଦେଇଥିଲେ ହେଁ ଫେରାଇନଥିଲେ । ଉକ୍ତ ଟଙ୍କା ମାଗିବାରୁ ଟଙ୍କା ପରିବର୍ତେ ସ୍ତ୍ରୀ ରୂପାଲି ଓ ଶାଶୁ ସଞ୍ଜୁ ପାଟ୍ଟଶାଣୀ ମିଶି ଦେଉଥିଲେ ମାନସିକ ନିର୍ଯାତନା । କରୁଥିଲେ ଅକଥନୀୟ ଅତ୍ୟାଚାର । ଆଉ ଯାହାରି ଯୋଗୁ ରାମଚନ୍ଦ୍ର ନେଇଗଲେ ଏତେବଡ ଚରମ ପଦକ୍ଷେପ ବୋଲି ତାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଉପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking