ଢେଙ୍କାନାଳ: ଢେଙ୍କାନାଳ ଏସପିଙ୍କ ଅଫିସ ପରିସରରେ ମହିଳାଙ୍କ ଆତ୍ମହୁତି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୨ ଜଣ ସବଇନସ୍ପେକ୍ଟରଙ୍କୁ ନିଲମ୍ବିତ କରିଛନ୍ତି ଏସପି ଅଭିନବ ସୋନକର । ଏମାନେ ହେଲେ ସଦର ଥାନା ସବ ଇନ୍ସପେକ୍ଟର ରୋଜାଲିନ ମିଞ୍ଜ ଓ ଟାଉନ ଥାନାର ସବଇନସ୍ପପେକ୍ଟର ଉତ୍କଳ ବିଜୟ ମହାନ୍ତି । କାଯ୍ୟରେ ଅବହେଳା ପାଇଁ ଏହି ଦୁଇଜଣଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନିଆଯାଇଛି । ଢେଙ୍କାନାଳ ସଦର ଥାନା ଅଙ୍କରାନ୍ତିପୁର ଗାଁର ସଂପୃକ୍ତ ମହିଳା ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ ବେଳେ କାବୁ କରିନେଇଥିଲେ ପୋଲିସ । ନିଯାତନା ସହିନପାରି ଏକ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଓ ଦିଆସିଲି ଆଣି ଅଫିସ ପରିସରରେ ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରିଥିଲେ ।










