14.1 C
Bhubaneswar
Saturday, December 6, 2025
Homeଓଡିଶାସ୍ବାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ

ସ୍ବାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ

ମୟୁରଭଞ୍ଜ: ସ୍ବାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ ।  ଏଭଳି ଅଭାବନୀୟ ଘଟଣା ଘଟିଛି  ମୟୁରଭଞ୍ଜ ଠାକୁରମୁଣ୍ଡା ସାଲେଇବେଡା ଅସନକୁଦର ଗାଁରେ  । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଶନିବାର କୌଣସି କାରଣକୁ ନେଇ ସୁବୁଦ୍ଧି ଦେହୁରୀଙ୍କ ପତ୍ନୀ ଟୁନିଙ୍କ ସହିତ ବଚସା ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସୁବୁଦ୍ଧି ଟୁନିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ, ଫଳରେ ଘଟଣା ସ୍ଥଳରେ ଟୁନିଙ୍କ ମୃତ୍ୟୁ ଘଟିଥିଲା ।  ଠାକୁରମୁଣ୍ଡା ଥାନା ପୁଲିସ୍  ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking