15.1 C
Bhubaneswar
Saturday, December 13, 2025
Homeଓଡିଶାଯୁବକଙ୍କୁ ହାଣି ମାରିଲେ ମହିଳାଙ୍କ ସ୍ବାମୀ

ଯୁବକଙ୍କୁ ହାଣି ମାରିଲେ ମହିଳାଙ୍କ ସ୍ବାମୀ

ଅନୁଗୁଳ: ପର ସ୍ତ୍ରୀକୁ ଘରେ ରଖିବା ହେଲା କାଳ। ଶୋଇଥିବା ବେଳେ ଯୁବକଙ୍କୁ କଟୁରିରେ ହାଣି ମାରିଲେ ମହିଳାଙ୍କ ସ୍ବାମୀ ଓ ଦିଅର।  ଅନୁଗୁଳ କଣିହାଁ ଥାନା ମସୁଣିହତା ଗାଁରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ମୃତକଙ୍କ ଜଣକ  ବାବାଜୀ ନାୟକ ବୋଲିଂ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ବାବାଜୀ ନାୟକ ବିବାହିତ ହୋଇଥିବାବେଳେ କାକୁଡିଆ ଗାଁର ବିଭୂତି ନାଏକଙ୍କ ସ୍ତ୍ରୀ ରିଙ୍କି ନାଏକଙ୍କୁ ପ୍ରେମ କରୁଥିଲେ। ପରେ ରିଙ୍କି ନାଏକଙ୍କୁ ଆଣି ନିଜ ଘରେ ରଖିଥିଲେ। ଏନେଇ ଥାନାରେ ମାମଲା ମଧ୍ୟ ହୋଇଥିଲା । ୭ ମାସ ହେବ ବାବାଜୀଙ୍କ ଘରେ ରହୁଥିଲେ ରିଙ୍କି । ତେବେ ରାତି ଅଧରେ ଶୋଇଥିବା ବେଳେ ବାବାଜୀଙ୍କୁ ରିଙ୍କିଙ୍କ ସ୍ବାମୀ ବିଭୂତି ଓ ଦିଅର ଭୋଳା ହତ୍ୟା କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ବାବାଜୀଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking