28.1 C
Bhubaneswar
Tuesday, February 3, 2026
Homeଓଡିଶାଭୁଲ୍ ଅପରେସନ୍‌ରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଭୁଲ୍ ଅପରେସନ୍‌ରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ରସୁଲପୁର: ଫାମିଲି ପ୍ଲାନିଂ ଅପରେସନ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ଯାହାକୁ ନେଇ ପରିବାର ଲୋକେ ମେଡିକାଲ ସମ୍ମୁଖରେ ମୃତ ମହିଳାଙ୍କ ଶବ ରଖି ଆନ୍ଦୋଳନ କରିଥିବା ଦେଖାଦେଇଛି। ସୂଚନା ଅନୁଯାୟୀ, ରସୁଲପୁର ବ୍ଲକ୍ ମଧୁବନ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଫାମିଲି ପ୍ଲାନିଂ ପୋଗ୍ରାମ ହେଉଥିବା ବେଳେ ଜଣେ ମହିଳାଙ୍କ ଫାମିଲି ପ୍ଲାନିଂ ଅପରେସନ୍ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଶ୍ରୀବନ୍ତପୁର ପଞ୍ଚାୟତ କାଣ୍ଡସରା ଗ୍ରାମର ଅଶ୍ୱିନୀ ମଳିକଙ୍କ ସ୍ତ୍ରୀ ପ୍ରତିମା ମଳିକଙ୍କ ଅସ୍ତ୍ରୋପଚାର ହୋଇଥିଲା। ଅଭିଯୋଗ ଅନୁଯାୟୀ, ଏହି ଅସ୍ତ୍ରୋପଚାର ଘଟଗାଁ ସିଏଚ୍‌ସିର ଡାକ୍ତର ମୁକ୍ତିକାନ୍ତ ନାୟକ କରୁଥିବା ବେଳେ ପ୍ରତିମା ବେହୋସ ହୋଇଯାଇଥିଲେ। ଏହା ଦେଖି ସିଂହପୁର ପିଏଚ୍‌ସିର ଡାକ୍ତର ଜ୍ୟୋତିପ୍ରକାଶ ପଣ୍ଡା ରୋଗୀର ଅବସ୍ଥା ସଂକଟାପନ୍ନ ଥିବା ଜାଣି ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ କଟକ ଏସସିବିକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ମହିଳା ଜଣଙ୍କ କଟକରେ ପହଞ୍ôଚବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରତିମାଙ୍କ ମୃତ୍ୟୁ ହେବାପରେ ମୃତକଙ୍କ ପରିବାର ଲୋକେ ଉତ୍ୟକ୍ତ ହୋଇ ଆଜି ଅପରାହ୍ନରେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମୃତ ମହିଳାଙ୍କ ଶବ ରଖି ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ କ୍ଷତିପୂରଣ ଦାବି କରିଥିଲେ। ଖବରପାଇ ସିଡିଏମଓଙ୍କ ପ୍ରତିନିଧି ଏଡିଏମ୍ ଗୋପାଳ ଚନ୍ଦ୍ର ମଲ୍ଲିକ, ରସୁଲପୁର ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ, ବ୍ଲକ୍ ଅତିରିକ୍ତ ବିଡିଓ ସାରଦା ପ୍ରସାଦ ମହାନ୍ତି, କୁଆଖିଆ ଥାନା ଅଧିକାରୀଣୀ ଚିନ୍ମୟୀ ସାହୂ, ଏସ୍‌ଆଇ ଜ୍ୟୋତିରଞ୍ଜନ ମହାପାତ୍ର, ଏସ୍‌ଆଇ ମନୋଜ କୁମାର ପରିଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଆନ୍ଦୋଳନରତ ଲୋକମାନଙ୍କୁ ବୁଝାଇ ଥିଲେ। ଏବଂ ମୃତକଙ୍କ ପରିବାରକୁ ୭ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୪ଲକ୍ଷ ଟଙ୍କା କ୍ଷତିପୂରଣ, ଶବ ସଂସ୍କାର ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ନଗଦ ୨୦ ହଜାର ଟଙ୍କା ରାଶି ପ୍ରଦାନ କରିବା ସାଙ୍ଗକୁ ମୃତକଙ୍କ ଦୁଇ ନାବାଳକ ପିଲାଙ୍କୁ ଆନୁସଙ୍ଗିକ ସରକାରୀ ସହଯୋଗ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ମୃତ ମହିଳାଙ୍କର ଗୋଟିଏ ୩ ବର୍ଷର ପୁଅ ଓ୧ ବର୍ଷର ଝିଅ ଥିବାବେଳେ ସେମାନଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking