ବ୍ୟୁରୋ : ତାମିଲନାଡୁ ଚେନ୍ନାଇ ନିକଟ ମିଞ୍ଜୁର ରେଳ ଷ୍ଟେସନରେ ଛାଡି ଯାଇଥିବା ସୁଟକେସରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି । ଏନେଇ ଘଟଣାରେ ପୋଲିସ ଜଣେ ୪୩ ବର୍ଷୀୟ ବ୍ୟକ୍ତି ଏବଂ ତାଙ୍କର ୧୭ ବର୍ଷର ଝିଅଙ୍କୁ ଅଟକ ରଖିଛି । ନଭେମ୍ବର ୪ ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ବାଲା ସୁବ୍ରମଣ୍ୟମ ଏବଂ ତାଙ୍କ ଝିଅ ସୁଟକେସକୁ ଧରି ମିଞ୍ଜୁର ରେଳଷ୍ଟେସନକୁ ଆସିଥିଲେ । ତାପରେ ପ୍ଲାଟଫର୍ମରେ ସୁଟକେସକୁ ଛାଡି ପଳାଇଥିଲେ । ତାପରେ ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ରେଳ ସୁରକ୍ଷାବାହିନୀକୁ ସୂଚନା ଦେଇଥିଲେ । ତାପରେ ସୁଟକେସକୁ ଦେଖି ଆରପିଏଫର ସନ୍ଦେହ ବଢିଥିଲା । ତାପରେ ବାଲପ୍ରସାଦ ପୋଲିସ ସହ ଯୋଗାଯୋଗ କରିଥିଲା । ତାପରେ ଏସବୁ ବିଷୟରେ ପଚରାଯାଇଥିଲା । ଏବଂ ତାଙ୍କୁ ସୁଟକେସ ଖୋଲିବାକୁ ମଧ୍ୟ କୁହବାଯାଉଥିଲା । ତାପରେ ଖୋଲିଲା ବେଳକୁ ସମସ୍ତଙ୍କୁ ଶକ୍ତ ଝଟକା ଲାଗିଥିଲା । ସେଥିରେ ମହିଳାଙ୍କ ମୃତ ଦେହ ଥିଲା । ଏହାପରେ ସୁଟକେସରୁ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରିଛି ।ପୋଲିସ ତୁରନ୍ତ ବାଲା ସୁବ୍ରମଣ୍ୟମ ଏବଂ ତାଙ୍କ ଝିଅକୁ ଗିରଫ କରିଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରୁଛି ।