34.8 C
Bhubaneswar
Tuesday, July 15, 2025
Homeଦେଶ ବିଦେଶଅଳିଆ ଭର୍ତ୍ତି ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ

ଅଳିଆ ଭର୍ତ୍ତି ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ: ଅସୁରକ୍ଷିତ ହୋଇ ପଡିଛି ଲିଭ୍-ଇନ୍-ରିଲେସନସିପ୍ । ପ୍ରଥମେ ପ୍ରେମ କରୁଛନ୍ତି, ଏକାଠି ରହୁଛନ୍ତି ଓ ତାପରେ କୌଣସି କାରଣବଶତଃ ଉଭୟ ପାର୍ଟନରଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଉଛି, ତାହାଲେ ଜୀବନରୁ ମାରିଦେବାକୁ ମଧ୍ୟ ପଛାଉ ନାହାନ୍ତି । ବେଙ୍ଗାଲୁରରେ ଏକ ଅଳିଆ ଭର୍ତ୍ତି ଟ୍ରକରେ ଜଣେ ମହିଳାଙ୍କ ଗଳିତ ମୃତଦେହ ମିଳିବା ପରେ ଏଭଳି ଏକ ଘଟଣା ସାମନାକୁ ଆସିଛି । ବେଙ୍ଗାଲୁରୁର ଦକ୍ଷିଣ ଡିଭିଜନର ଡିସିପି ଲୋକେଶ ବି ଜଗଲସରଙ୍କ କହିବା ମୁତାବକ, କୋରମଙ୍ଗଳାର ସେଣ୍ଟ ବେଡ୍ ଲେଆଉଟ ଅଞ୍ଚଳରେ ରାତି ପ୍ରାୟ ୨ଟା ସମୟରେ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ପରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ତଦନ୍ତ ପରେ ଉକ୍ତ ମୃତଦେହ ଦକ୍ଷିଣ ବେଙ୍ଗାଲୁରୁର ହଲିମାବୁ ଅଞ୍ଚଳରେ ରହୁଥିବା ଆଶାଙ୍କର ବୋଲି ଜଣା ପଡିଥିଲା । ଆଶା ଜଣେ ବିଧବା ଥିଲେ ।

ସେ ଗତ ଦେଢ ବର୍ଷ ଧରି ଶାମସୁଦ୍ଦିନଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଶାମସୁଦ୍ଦିନ ଆସାମର ବାସିନ୍ଦା ହୋଇଥିବା ବେଳେ ସେ ମଧ୍ୟ ବିବାହିତ ଓ ତାଙ୍କର ପିଲା ଅଛନ୍ତି । ଗତ ଚାରି ମାସ ହେବ ସେମାନେ ବିବାହିତ ବୋଲି ପରିଚୟ ଦେଇ ଏକ ଘର ଭଡା ନେଇ ଏକାଠି ରହି ଆସୁଥିଲେ । ଉଭୟ ହଲିମାବୁରେ ଥିବା ଏକ ହାଉସକିପିଂ ମ୍ୟାଟେରିଆଲ କମ୍ପାନୀରେ ଚାକିରି କରୁଥିଲେ, ଯେଉଁଠାରେ ଉଭୟଙ୍କର ପ୍ରଥମ ଦେଖା ହୋଇଥିଲା । ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଉଭୟଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହୁଏ । ଆଶା ଅନେକ ସମୟରେ ମଦ ପିଇ ନିଶାରେ ଚୁର୍ ରହୁଥିଲେ । ଯାହା ଉଭୟଙ୍କ ମଧ୍ୟରେ ଝଗଡା ଲାଗିବାର ଏକ ମୁଖ୍ୟ କାରଣ । ଏହା ସହିତ ଆଶା ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନରେ କଥା ହେଉଥିବାରୁ ତାଙ୍କ ସହ ଶାମସୁଦ୍ଦିନଙ୍କର ଝଗଡା ହେଉଥିଲା ।

ଘଟଣା ଘଟିବା ଦିନ ରାତିରେ ମଧ୍ୟ ଶାମସୁଦ୍ଦିନ ମଦ୍ୟପାନ କରି ଘରକୁ ଆସିଥିବା ଅନୁମାନ କରାଯାଉଛି । ଯାହାଫଳରେ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା ଏବଂ ରାଗରେ ଶାମସୁଦ୍ଦିନ ଆଶାଙ୍କୁ ଗଳାକାଟି ହତ୍ୟା କରିଥିଲା । ହତ୍ୟା କରିବା ପରେ ସେ ମୃତଦେହକୁ ଏକ ବ୍ୟାଗରେ ପୂରାଇ ନିଜ ବାଇକରେ ୨୦ କିମି ପର୍ଯ୍ୟନ୍ତ ନେଇଥିଲା ଏବଂ ସ୍କେଟିଂ ଏରେନା ଅଞ୍ଚଳରେ ଥିବା ଏକ ଅଳିଆ ଭର୍ତ୍ତି ଗାଡି ଭିତରେ ପକାଇ ପଳାଇଥିଲା ।ଏହା ପରେ ମୁଣ୍ଡ ଓ ବେକରେ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହକୁ ଟ୍ରକର ପଛ ଭାଗରେ ଉଦ୍ଧାର କରାଯାଇଥିଲା । ମହିଳାଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଏହା ପରେ ଆଖାପାଖର ସିସିଟିଭି ଫୁଟେଜ ଦ୍ୱାରା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ପୋଲିସ୍ । ସିସିଟିଭି ଫୁଟେଜରେ ଦେଖା ଯାଉଥିବା ବାଇକକୁ ଟ୍ରାକ କରି ୨୦ ଘଣ୍ଟା ଭିତରେ ପୋଲିସ ଅଭିଯୁକ୍ତ ନିକଟରେ ପହଞ୍ଚି ପାରିଥିଲା । ଶାମସୁଦ୍ଦିନଙ୍କୁ ନିଜ କଷ୍ଟଡିକୁ ନେଇ ପଚରାଉଚରା ଆରମ୍ଭ କରିଛି ପୋଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking