33.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶପ୍ରେମିକ ସହ ମିଶି ସ୍ୱାମୀର ବେକ କାଟି ହତ୍ୟା କଲା ସ୍ତ୍ରୀ

ପ୍ରେମିକ ସହ ମିଶି ସ୍ୱାମୀର ବେକ କାଟି ହତ୍ୟା କଲା ସ୍ତ୍ରୀ

ଉତ୍ତରପ୍ରଦେଶ: ପୁଣି ଥରେ ରାଜା ରଘୁବଂଶୀ ହତ୍ୟାକାଣ୍ଡ କାହାଣୀର ହୋଇଛି ପୁନରାବୃତ୍ତି। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଉତ୍ତର ପ୍ରଦେଶର ମଥୁରାରେ ଘଟିଛି। ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ଅବୈଧ ସମ୍ପର୍କ ବିଷୟରେ ଜାଣି ମଧ୍ୟ ତାଙ୍କୁ କ୍ଷମା କରି ତାଙ୍କ ସହ ଭଲରେ ରହୁଥିଲେ। ତଥାପି ସ୍ତ୍ରୀ ତାଙ୍କୁ ଯେପରି ପୁଣି ନ ଠକନ୍ତି, ସେଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କ ଉପରେ ନଜର ରଖୁଥିଲେ। ସ୍ୱାମୀଙ୍କର ଏଭଳି କାର୍ଯ୍ୟ ସ୍ତ୍ରୀକୁ ପସନ୍ଦ ଆସିଲାନି। ଏହି ଜଗିବା କାରଣରୁ ସେ ତାଙ୍କ ପ୍ରେମିକ ମାନଙ୍କ ସହିତ ଦେଖା କରିପାରୁନଥିଲେ।

ତେଣୁ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ଶୁକ୍ରବାର ଦିନ ପୋଲିସ ମୃତକଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ ଗିରଫ କରିଛି। ପୋଲିସ ହତ୍ୟାରେ ବ୍ୟବହୃତ ଦାଆ, ରକ୍ତଭିଜା ଟି-ସାର୍ଟ, ମୋବାଇଲ୍ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଜବତ କରିଛି। ସ୍ୱାମୀଙ୍କ ହତ୍ୟା ବ୍ୟତୀତ ପୋଲିସ ଅଭିଯୁକ୍ତ ମହିଳାଙ୍କ ଏପରି ଅପରାଧ ଜାଣିବାକୁ ପାଇଛି ଯାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ।

ପୋଲିସ କହିଛି ଯେ ଆଇଞ୍ଚ ଗାଁର ବାସିନ୍ଦା ୨୭ ବର୍ଷୀୟ ଗୋବିନ୍ଦ ନିଶାସକ୍ତ ଅବସ୍ଥାରେ ଘରୁ ବାହାରି ଆସିଥିଲେ। ଗୋବିନ୍ଦଙ୍କ ପତ୍ନୀ କବିତା ତାଙ୍କ ପ୍ରେମିକ ଗୁଞ୍ଜରଙ୍କୁ ଏ ବିଷୟରେ ଜଣାଇଥିଲେ। କବିତା ତାଙ୍କୁ କହିଥିଲେ ଯେ ଗୋବିନ୍ଦ ନିଶାସକ୍ତ। ଯେପର୍ଯ୍ୟନ୍ତ ସେ ବଞ୍ଚିଛନ୍ତି, ଆମେ ଦେଖା ହୋଇପାରିବା ନାହିଁ।

ସେଥିପାଇଁ ତାଙ୍କୁ ରାସ୍ତାରୁ ହଟାଇବାକୁ ପଡିବ। ଏହି ସୂଚନା ପାଇବା ପରେ ଗୁଞ୍ଜର ଏକ ଦାଆ ଧରି ଘରୁ ବାହାରି ଯାଇଥିଲେ ଏବଂ ରାସ୍ତାରେ ଏକ ନିର୍ଜନ ସ୍ଥାନ ଦେଖି ସେ ଗୋବିନ୍ଦଙ୍କ ବେକକୁ ଦାଆ ସାହାର୍ଯ୍ୟରେ କାଟି ହତ୍ୟା କରିଥିଲେ। ପୋଲିସ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ମୃତ ଗୋବିନ୍ଦଙ୍କ ପତ୍ନୀ କବିତାଙ୍କର କେବଳ ଗାଁର ଗୁଞ୍ଜରଙ୍କ ସହିତ ଅବୈଧ ସମ୍ପର୍କ ନଥିଲା। ବରଂ ଆହୁରି ଅନେକ ଯୁବକଙ୍କ ସହିତ ମଧ୍ୟ ଖରାପ ସମ୍ପର୍କ ଥିଲା। ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking