30.1 C
Bhubaneswar
Thursday, May 8, 2025
Homeଦେଶ ବିଦେଶଚାକିରି ଲୋଭରେ ସ୍ୱାମୀଙ୍କୁ ହତ୍ୟା କରି ହାର୍ଟ ଆଟାକର କାହାଣୀ ଚରିଲା ସ୍ତ୍ରୀ

ଚାକିରି ଲୋଭରେ ସ୍ୱାମୀଙ୍କୁ ହତ୍ୟା କରି ହାର୍ଟ ଆଟାକର କାହାଣୀ ଚରିଲା ସ୍ତ୍ରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଜନୋର ଜିଲ୍ଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଚାକିରି ଲୋଭରେ ସ୍ୱାମୀଙ୍କୁ ହତ୍ୟା କରି ହାର୍ଟ ଆଟାକର କାହାଣୀ ଚରିଲା ସ୍ତ୍ରୀ । ବିଜନୋର ହଲଦୋର ଇଲାକାର ଆଦର୍ଶ ନଗରରେ ଏକ ଭଡ଼ା ଘରେ ରହୁଥିଲେ ଦୀପକ ଓ ଶିବାନୀ । ଗତବର୍ଷ ଜାନୁଆରୀରେ ସେମାନଙ୍କ ବାହାଘର ହୋଇଥିଲା । ଦୁହେଁ ଭଡ଼ା ଘରେ ଏକାଠି ରହୁଥିଲେ । ୨୯ ବର୍ଷୀୟ ଦୀପକ କୁମାର ରେଳ ବିଭାଗରେ ଚାକିରି କରୁଥିଲେ । ଏପ୍ରିଲ ୪ ତାରିଖରେ ଦୀପକଙ୍କ ହାର୍ଟ ଆଟାକରେ ମୃତ୍ୟୁ ହୋଇଥିବା ସ୍ତ୍ରୀ ଶିବାନୀ ଶାଶୂଘରଲୋକଙ୍କୁ ଫୋନ୍ କରି ଜଣାଇଥିଲେ ।

କିନ୍ତୁ ଦୀପକଙ୍କ ଭାଇର ଶିବାନୀଙ୍କ ଉପରେ ସନ୍ଦେହ ହେବାରୁ ଦୀପକଙ୍କ ପୋଷ୍ଟ ମର୍ଟମ ପାଇଁ ସେ ଦାବି କଲେ । ରିପୋର୍ଟ ଆସିବା ପରେ ଜଣାପଡ଼ିଥିଲା ଯେ, ଦୀପକଙ୍କ ତଣ୍ଟିଚିପି ତାଙ୍କୁ ହତ୍ୟା କରାଯାଇଛି । ଯାହାପରେ ଶିବାନୀଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କଲା । ପ୍ରତ୍ୟେକ ଥର ଶିବାନୀ ପୋଲିସକୁ ବାଟବଣା କରିବାକୁ ଚେଷ୍ଟା କଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସ୍ୱାମୀଙ୍କୁ ତଣ୍ଟିଚିପି ହତ୍ୟା କରିଥିବା କଥାକୁ ସେ ସ୍ୱିକାର କରିନେଇଥିଲା । ପୋଲିସ ସୂଚନା ମୁତାବକ ଶିବାନୀର ନଜର ଦୀପକଙ୍କ ଚାକିରି ଓ ସେଥିରୁ ମିଳିବାକୁ ଥିବା ଫଣ୍ଡ ଉପରେ ଥିଲା । ଟଙ୍କା ଓ ସରକାରୀ ଚାକିରି ଲୋଭରେ ସେ ତାଙ୍କ ସ୍ୱାମୀଙ୍କ ତଣ୍ଟିଚିପି ମାରିଥିବା ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking