ଭୁବନେଶ୍ୱର: ଭୁବନେଶ୍ୱରରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ । ପ୍ରେମ ପାଇଁ ଯୁବତୀଙ୍କୁ ‘ବନ୍ଧୁକ’ ଧମକ । ଗାଡି ଭିତରେ ଜଣେ ଯୁବକ ବନ୍ଧୁକ ଦେଖାଇ ଯୁବତୀଙ୍କ ଧମକ ଦେଇଛି । ଲିଙ୍ଗରାଜ ଥାନା ସାମନ୍ତରାପୁର ଅଞ୍ଚଳରେ କାର୍ ଭିତରେ ଧମକ ଦେଇଛିି ଯୁବକ। ତ୍ରିକୋଣୀୟ ପ୍ରେମକୁ ନେଇ ବନ୍ଧୁକ ଦେଖାଇ ଯୁବକ ଜଣକ ଯୁବତୀଙ୍କୁ ଧମକ ଦେଇଥିବା ସୂଚନା ମିଳିଛି । ଯୁବତୀ ଜଣକ ପେସାରେ ଜଣେ ବାର୍ ଡ୍ୟାନ୍ସର ବୋଲି ଜଣାପଡିଛି । ତେବେ ଧମକ ଦେଇଥିବା ଯୁବକ ଜଣଙ୍କ କିଏ, କେଉଁଠି ଆଣିଲା ବନ୍ଧୁକ ସେନେଇ ପୋଲିସର ଚାଲିଛି ତନାଘନା ।









