22.1 C
Bhubaneswar
Sunday, December 14, 2025
Homeଓଡିଶାସ୍ଵାମୀକୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ସ୍ଵାମୀକୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ଖଣ୍ଡପଡ଼ା: ସ୍ଵାମୀକୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ। ଖଣ୍ଡପଡ଼ା ବ୍ଲକ ଖଳିସାହି ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକ ବାପୁନୀ କୁମାର ମହାପାତ୍ର (୩୫)ଙ୍କ ବାପା ମଧୁସୂଦନ ମହାପାତ୍ର ବୋଲି ଚିହ୍ନଟ କରାଯାଇଛି। ଖଳିସାହି ପଞ୍ଚାୟତ ଅଧୀନ ବାସୁଦେବପୁର ଗ୍ରାମରେ ସ୍ଵାମୀକୁ ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଥାନାରେ ଅଟକ ରଖିଛି। ପରକୀୟା ପ୍ରୀତିରୁ ହତ୍ୟା କରିଥିବା ସନ୍ଦେହ କରାଯାଉଛିସୂଚନା ଅନୁଯାୟୀ ଅନୁଗୁଳ ସ୍ଥିତ ଓଡିଶା ସ୍କିଲ ଡେଭଲପମେଣ୍ଟ ସଂସ୍ଥାରେ କାର୍ଯ୍ୟ କରୁଥିଲେ ବାପୁନୀ। ଗତ ୬ ମାସ ତଳେ ଜଟଣୀ ଅଞ୍ଚଳର ଲକି ନାୟକ(୩୨)ଙ୍କୁ ପ୍ରେମ ବିବାହ କରିଥିଲେ।

ତେବେ ଶୁକ୍ରବାର ରାତି ପ୍ରାୟ ଗୋଟାଏରେ ବୋହୂ ଲକି ନାୟକ ପୁଅ ଅସୁସ୍ଥ ହୋଇପଡିଥିବା ନେଇ ଫୋନ ଯୋଗେ ଖବର ଦେଇଥିଲେ। ଏକ ଦଶାହ କାର୍ଯ୍ୟରେ ବାହାରେ ଥିବା ମଧୁସୂଦନ ନିଜର ସମ୍ପର୍କୀୟଙ୍କ ସହିତ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିବା ନେଇ ସୂଚନା ପାଇଥିଲେ। ମଧୁସୂଦନ ତାଙ୍କ ପୁଅକୁ ବୋହୂ ଲକି ନାୟକ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। ଅଧିକାଂଶ ସମୟ ଦମ୍ପତିଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଏପରିକି ପୁଅକୁ ମାନସିକ ଭାବେ ନିର୍ଯାତନା ଦେଉଥିବା ବୋହୂ ଜୀବନରୁ ମାରିଦେବା ନେଇ ଏକାଧିକ ଥର ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ମଧୁସୂଦନ। ରାତିରେ ଘରେ କେହି ନଥିବା ଅବସ୍ଥାରେ ପୁଅକୁ ହତ୍ୟା କରାଯାଇଥିବା ନେଇ ମଧୁସୂଦନ ଥାନାରେ ଅଭିଯୋଗ କରିଛନ୍ତି। ଖବରପାଇ ସ୍ଥାନୀୟ ପୁଲିସ ବୋହୂ ଲକି ନାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking