24.1 C
Bhubaneswar
Saturday, March 21, 2026
Homeଓଡିଶାଭତ୍ତା ଟଙ୍କା ପାଇଁ ମହିଳାଙ୍କ ତଣ୍ଟି ଚିପି ମାରିଦେଲେ

ଭତ୍ତା ଟଙ୍କା ପାଇଁ ମହିଳାଙ୍କ ତଣ୍ଟି ଚିପି ମାରିଦେଲେ

ନୂଆପଡ଼ା: ସାମାନ୍ୟ ଭତ୍ତା ଟଙ୍କା ପାଇଁ ମହିଳାଙ୍କ ତଣ୍ଟି ଚିପି ମାରିଦେଲେ ବୃଦ୍ଧାଙ୍କ ସମ୍ପର୍କୀୟ। ଆଉ ହତ୍ୟା ପରେ ନେଇ ପୋଖରୀରେ ଫିଙ୍ଗି ଦେଲେ। ହଁ ସାମାନ୍ୟ କେତେଟା ଭତ୍ତା ଟଙ୍କା ପାଇଁ ଚାଲିଗଲା ବୃଦ୍ଧାଙ୍କ ଜୀବନ। ଏ ବି କେମିତିକା ଲୋକ ବୁଢ଼ୀ ଲୋକଟାର ଭତ୍ତା ଟଙ୍କା ଉପରେ ଲୋଭ। ଶେଷରେ ବୁଢ଼ୀ ଲୋକଟିକୁ ଟଙ୍କା ମାଗିଥିଲେ ତାଙ୍କର ୨ ସମ୍ପର୍କୀୟ। ଆଉ ଟଙ୍କା ନ ଦେବାରୁ ବୁଢ଼ୀର ତଣ୍ଟି ଚିପି ମାରିଦେଲେ ସମ୍ପର୍କୀୟ।

ଆଉ ହତ୍ୟା ପରେ ନେଇ ମୃତଦେହକୁ ପୋଖରୀରେ ଫିଙ୍ଗିଦେଲେ। ତେବେ ଏହି ଲୋମଟାଙ୍କୁରା ହତ୍ୟା ଘଟିଛି କୋମନା ଥାନା ଟିର୍କାପଡ଼ା ଗାଁରେ। ଉକ୍ତ ଗାଁର ପୋଖରୀରୁ ମିଳିଥିଲା ମହିଳାଙ୍କ ମୃତଦେହ। ହେଲେ ହତ୍ୟାକାରୀ ଧରାପଡିନଥିଲା। ହେଲେ ପୋଲିସର ଖୋଳତାଡ଼ ପରେ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ତଣ୍ଟି ଚିପି ହତ୍ୟା ପରେ ପୋଖରୀରେ ଫିଙ୍ଗିଦେଲେ ୨ ଅଭିଯୁକ୍ତ। ୨ ସମ୍ପର୍କୀୟ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ସିନ୍ ରିକ୍ରିଏଲନ୍‌। ଭତ୍ତା ଟଙ୍କା ପାଇଁ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱୀକାର ମଧ୍ୟ କଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking