25.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶସ୍ୱାମୀକୁ ଚକ୍କମା ଦେଇ ଚମ୍ପଟ ମାରିଲା ସ୍ତ୍ରୀ

ସ୍ୱାମୀକୁ ଚକ୍କମା ଦେଇ ଚମ୍ପଟ ମାରିଲା ସ୍ତ୍ରୀ

ପଞ୍ଜାବ: ବାହାଘରକୁ ହୋଇଛି ତିନି ସପ୍ତାହ। ପସନ୍ଦ ନଥିଲା ସ୍ୱାମୀ। ସ୍ୱାମୀକୁ ଚକ୍କମା ଦେଇ ଚମ୍ପଟ ମାରିଲା ସ୍ତ୍ରୀ। ସ୍ୱାମୀ ଉପରେ ନଥିଲା ଫୋକସ୍‌, ଫୋକସ୍‌ ଥିଲା ଟଙ୍କା ସୁନା ଗହଣା ଉପରେ, କେମିତି ନେଇ ହେବି ଫେରାର। ଲୁଧିୟାନାରେ ଘଟିଛି ଏହି ଘଟଣା। କଳାକନା ବୁଲାଇ ଛୁ ମାରିଛି ସ୍ତ୍ରୀ। ହତାଶରେ ସ୍ୱାମୀ ବସିଛି ଥାନାରେ ଦୁଆରେ। ସ୍ୱାମୀ ପାଇଖାନାରେ ଥିବା ବେଳେ ବାହାର ପଟୁ କବାଟ ଦେଇ ଟଙ୍କା, ସୁନା ଗହଣା ସହ ସ୍ୱାମୀର ଆଇଫୋନ୍ ଧରି ଛୁ ହୋଇଗଲେ ନୂଆବୋହୂ। ଏପଟେ ସ୍ୱାମୀ କବାଟ ଖୋଲ କହୁଥିବା ବେଳେ ସେପଟେ ଚଳୁ କରିଦେଲା ସ୍ତ୍ରୀ। ପଞ୍ଜାବର ଲୁଧିୟାନା ନିବାସୀ ଶୁଖରାଜ ସିଂହ ହୋଇଛନ୍ତି ଏହି ଠକେଇର ଶିକାର। ତାଙ୍କୁ କଳାକନା ବୁଲାଇଥିବା ତାଙ୍କ ସ୍ତ୍ରୀ ହେଉଛନ୍ତି ଅମନଦୀପ ସିଂହ। କିଛି ଦିନ ତଳେ ଅମନଦୀପଙ୍କୁ ଜୀବନ ସାଥୀ ବାଛିଥିଲେ ଶୁଖରାଜ। ହେଲେ ବାହାଘର ପରେ ଅମନଦୀପ ଘଣ୍ଟା ଘଣ୍ଟା ଧରି କାହା ସହିତ ଫୋନ୍‌ରେ କଥା ହେଉଥିଲେ।
ପଚାରିବାରୁ କହିଥିଲେ ପରିବାର କଥା ବହୁତ ମନେ ପଡ଼ୁଛି, ସେଥିପାଇଁ ପରିବାର ଲୋକଙ୍କ ସହ କଥା ହେଉଛି।

ଏସବୁ ଶୁଣି ସୁଖରାଜ ଭାବିଥିଲେ ସମୟ ଅନୁସାରେ ସବୁ କିଛି ଠିକ୍ ହୋଇଯିବ। ହେଲେ ସେ ଭୁଲ ଥିଲେ ସବୁ କିଛି ଠିକ୍ ହେବା ପରିବର୍ତ୍ତେ ସବୁ କିଛି ଗଡ଼ବଡ଼ ହୋଇଯାଇଥିଲା। ସେଦିନ ସେ ପାଇଖାନାରେ ଥିବା ବେଳେ କବାଟ ବାହାର ପଟ୍ଟୁ ଲକ୍ ହୋଇଗଲା। ସେ ଭାବିଥିଲେ କି ତାଙ୍କ ପତ୍ନୀ ତାଙ୍କ ସହ ଥଟା ଖେଳୁଛନ୍ତି। ସେ ବାରମ୍ବାର କହୁଥିଲେ କବାଟ ଖୋଲ। ହେଲେ କବାଟ ନଖୋଲିବାରୁ ସେ ବାଧ୍ୟ ହୋଇ କବାଟ ଲକ୍ ଭାଙ୍ଗି ବାହାରକୁ ଆସି ଯାହା ଦେଖିଥିଲେ ତାଙ୍କ ବୃଦ୍ଧି ହଜିଯାଇଥିଲା। ଜାଣିବାକୁ ପାଇଥିଲେ ଘରେ ଥିବା ଟଙ୍କା, ସୁନା ଗହଣା ଚୋରି ହୋଇଯାଇଛି। ତାଙ୍କ ସ୍ତ୍ରୀ ମଧ୍ୟ ଘରେ ନାହାଁନ୍ତି। ସୁଖରାଜ ପରେ ଜାଣିପାରିଥିଲେ କି ଅମନଦୀପ ଛେହରଟାରେ ଆଉ ଜଣେ ବ୍ୟକ୍ତି ନିଖିଲ ନାମକ ପୁଅ ସହ ରହୁଛି। ସେ ତାଙ୍କ ପତ୍ନୀ ଉପରେ ବହୁ ମୂଲ୍ୟବାନ ଜିନିଷ ସହ ଟଙ୍କା ସୁନା ଚୋରାଇବାର ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ କରୁଥିବା ବେଳେ ଖୁବ ଶୀଘ୍ର ଚୋରଣି ବୋହୂ ଧରିବ ବୋଲି କହିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking