16.1 C
Bhubaneswar
Thursday, February 5, 2026
Homeଓଡିଶାସୁଡ଼ଙ୍ଗରେ ଫସିଲେ ମହିଳା ଶ୍ରଦ୍ଧାଳୁ: ୪ ଘଣ୍ଟା ପରେ ଉଦ୍ଧାର

ସୁଡ଼ଙ୍ଗରେ ଫସିଲେ ମହିଳା ଶ୍ରଦ୍ଧାଳୁ: ୪ ଘଣ୍ଟା ପରେ ଉଦ୍ଧାର

ସମ୍ବଲପୁର: ସପ୍ତଋଷିଙ୍କ ପୂଜାର୍ଚ୍ଚନା ପାଇଁ ପାହାଡ଼ ଉପରକୁ ଯାଇଥିବା ଜଣେ ମହିଳା ଆଜି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି। ସୁଡ଼ଙ୍ଗ ଦେଇ ଆଗକୁ ଯାଉଥିବା ବେଳେ ମହିଳା ଶ୍ରଦ୍ଧାଳୁ ଫସିଯାଇଛନ୍ତି। ଦୀର୍ଘ ସମୟ‌ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡାରିମାଲ ଗାଁ ଡୁମୁରିସ୍ଥିତ ସୁଡ଼ଙ୍ଗରେ ବୁଧବାର ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଫସିଥିବା ମହିଳାଙ୍କ ନାମ ସୁଜାତା ମେହେର (୩୫)। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଡୁମୁରି ପାହାଡ଼ରେ ଭଣ୍ଡାର ଘରିଏନ ଓ ସପ୍ତଋଷିଙ୍କ ପୂଜା ଅନୁଷ୍ଠିତ ହେଉଥିଲା। ଏଠାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥିଲେ। ଯୁଯୁମୁରା ଥାନା ଅନ୍ତର୍ଗତ ମେଘପାଳ ପଞ୍ଚାୟତର ମାରଙ୍ଗବାହାଲ ଗାଁର ବାସିନ୍ଦା ସୁଜାତ ମେହେର ମଧ୍ୟ ଯାଇଥିଲେ। ପୂଜାରେ ଯୋଗଦେବାକୁ ଆସିଥିବା ସୁଜାତା ମଧ୍ୟ ସେହି ସୁଡ଼ଙ୍ଗ ମାଧ୍ୟମରେ ପାରି ହେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେ ମଝିରେ ଫସିଯାଇ ବାହାରି ପାରି ନଥିଲେ। ସୁଡ଼ଙ୍ଗର ଭିତରେ ପଥର ଚଟାଣ ଓ ଗଛର ମୂଳ ମଧ୍ୟରେ ସେ ଅଟକି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ମାନେଶ୍ୱର ଅଗ୍ନିଶମ ବିଭାଗ ଓ ଯୁଯୁମୁରା ପୁଲିସ ଦଳ ପହଞ୍ଚି ସୁଜାତାଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘ ୪ ଘଣ୍ଟା ପରେ ସୁଜାତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking