ନୂଆଦିଲ୍ଲୀ: ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରିବାରୁ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ଆଲିଗଡରୁ ଆସିଛି । ସୂଚନା ଅନୁସାରେ ପତ୍ନୀଙ୍କର ସେହି ଗାଁର ଜଣେ ଯୁବକଙ୍କ ସହିତ ତାଙ୍କର ସାତ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ହେଲେ ଧୀରେ ଧୀରେ ତାଙ୍କ ସ୍ୱାମୀ ସୁରେଶ ଏହା ଜାଣିପାରିଲେ । ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା । ସୁରେଶ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ମିଶିବାକୁ ସଫା ସଫା ମନାକରିଦେଇଥିଲେ । ଯାହା ପରେ ସ୍ୱାମୀଙ୍କଠାରୁ ମୁକ୍ତି ପାଇବା ପାଇଁ ଏକ ଷଡଯନ୍ତ୍ର ଆରମ୍ଭ କରିଥିଲେ । ଯୋଜନା ଅନୁଯାୟୀ, ସୁରେଶଙ୍କ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ପାଖକୁ ଏକ ବନ୍ଧୁକ ଆଣି ତାଙ୍କ ସ୍ୱାମୀକୁ ହତ୍ୟା କରିବାକୁ କହିଥିଲେ । ତାପରେ ଘର ସାମ୍ନାରେ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ପରେ ଗାଁ୍ରଏ ଆତଙ୍କ ଖେଳିଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ହତ୍ୟାପରେ ଅଭିଯୁକ୍ତ ନିଜେ ପୋଲିସ ଷ୍ଟେସନରେ ପହଞ୍ଚି ତାର ଅପରାଧ ସ୍ୱୀକାର କରିଛି ।









