24.1 C
Bhubaneswar
Friday, March 20, 2026
Homeଅପରାଧପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ: ହରିୟାଣାର ଭବାନୀ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ରବୀନା ନାମକ ଜଣକ ମହିଳା ୟୁଟ୍ୟୁବର ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀର ହତ୍ୟା କରିଛି। ଏହାପରେ ମୃତଦେହକୁ ନାଳରେ ଫିଙ୍ଗିଦେଇଛନ୍ତି। ପୋଲିସ ଯାଞ୍ଚ ପରେ ସାମ୍ନାକୁ ଆସିଛି ଯେ, ୟୁଟ୍ୟୁବର ରବୀନାଙ୍କ ଇନଷ୍ଟାଗ୍ରାମ ଜରିଆରେ ସୁରେଶଙ୍କ ସହ ଯୋଗାଯୋଗ ହୋଇଥିଲା। ଏହାପରେ ଦୁହେଁ ମିଶି ସଟ୍ ଭିଡିଓ କରିବା ଆରମ୍ଭ କରିଥିଲେ। ଏହା ତାଙ୍କ ସ୍ୱାମୀ ଜାଣିବାକୁ ପାଇବା ପରେ ପ୍ରତିରୋଧ କରିଥିଲେ। ୨୮ମାର୍ଚ୍ଚରେ ପ୍ରବୀଣଙ୍କ ମୃତଦେହ ସଦର ପୋଲିସକୁ ଦିନୋଦ ରୋଡର ଡ୍ରେନରୁ ମିଳିଥିଲା। ଏହାପରେ ଯେତେବେଳେ ପୋଲିସ ଆଗାମୀ ଯାଞ୍ଚ କରିଥିଲା, ସେତେବେଳେ ସେ ସିସିଟିଭି ଯାଞ୍ଚ କରିଥିଲା। ଏହାପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳିଥିଲା ଯେ, ରବିନା ପଛରେ ମୁହଁରେ ଏକ କପଡା ବାନ୍ଧି ବସିଥିଲେ ଏବଂ ଆଗରେ ବାଇକ ଯିଏ ଚଳାଉଥିଲା, ସେ ହେଲମେଟ ପିନ୍ଧିଥିଲେ, ମଝିରେ ପ୍ରବୀଣଙ୍କ ମୃତଦେହ ଥିଲା। ରାତି ପ୍ରାୟ ୨ଟା ୩୦ ମିନିଟରେ ଏଭଳି ଘଟିଛି। ଏହାପରେ ପୋଲିସ ଜେରା କରିବା ସମୟରେ ଦୁହେଁ ନିଜର ଭୁଲ ସ୍ୱୀକାର କରିଛନ୍ତି। ପୋଲିସ ଏହାପରେ ଦୁହିଁଙ୍କୁ ଗିରଫ କରିଛି। ରବୀନାଙ୍କର ଏକ ୬ବର୍ଷୀୟ ଶିଶୁ ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking