32.1 C
Bhubaneswar
Thursday, March 12, 2026
Homeଓଡିଶାସ୍ୱାମୀକୁ ଶିଳରେ ଛେଚି ହତ୍ୟା କଲା ସ୍ତ୍ରୀ

ସ୍ୱାମୀକୁ ଶିଳରେ ଛେଚି ହତ୍ୟା କଲା ସ୍ତ୍ରୀ

କେନ୍ଦୁଝର: ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡ। ନିଜ ମଥାର ସିନ୍ଦୂରକୁ ନିଜେ ପୋଛିଲା ସ୍ତ୍ରୀ। ସ୍ୱାମୀକୁ ଶିଳରେ ଛେଚି ଅତି ନିର୍ଦୟ ଭାବରେ ହତ୍ୟା କରିବା ପରେ ନିଜେ ବିଧବା ହୋଇଛି ପତ୍ନୀ। ଏପରି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ। ଘରେ ସ୍ୱାମୀ ଜଣକ ଶୋଇଥିଲେ। ସ୍ୱାମୀ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ଜଣକ ଏକ ଶିଳ ଆଣି ତାଙ୍କ ମୁଣ୍ଡକୁ ଛେଚି ଚାଲିଥିଲେ। ଯେ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ନହୋଇଛି। କୁହାଯାଉଛି ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି। ଯୋଡ଼ା ଥାନା ୨ ନଂ ଓ୍ୱାର୍ଡର ତଲକହାଟିଂରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking