20.1 C
Bhubaneswar
Sunday, December 21, 2025
Homeଅପରାଧସୁପାରି ଦେଇ ସ୍ୱାମୀ ହତ୍ୟା କଲା ସ୍ତ୍ରୀ

ସୁପାରି ଦେଇ ସ୍ୱାମୀ ହତ୍ୟା କଲା ସ୍ତ୍ରୀ

ବିହାର: ସ୍ୱାମୀର ହତ୍ୟାକାରୀ ସାଜିଲା ସ୍ତ୍ରୀ। ନିଜର ପାପ ଲୁଚାଇବାକୁ ସ୍ୱାମୀ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା ସ୍ତ୍ରୀ। ସ୍ୱାମୀକୁ ଜୀବନରୁ ମାରିଦେବାକୁ ସୁପାରି ଦେଇଥିଲା ସ୍ତ୍ରୀ। ୩୫ହଜାର ଟଙ୍କା ବଦଳରେ ଦରକାର ଥିଲା ସ୍ୱାମୀର ମୁଣ୍ଡ। ଏଭଳି ହତ୍ୟାକାଣ୍ଡ ଘଟିଛି ବିହାରରେ। ବିହାରର ବାଙ୍କାରେ ମହିଳାଙ୍କ ଜଣଙ୍କ ସ୍ୱାମୀର ହତ୍ୟାକାରୀ ସାଜିଛନ୍ତି। ଅମରପୁର ଥାନା ଅଞ୍ଚଳରେ ରାମପୁର ମୋଡ଼ ନିକଟରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଯେଉଁଠାରୁ ଏକ ମୁଣ୍ଡ ବିହାୀନ ମୃତଦେହ ଜବତ ହୋଇଥିଲା। ହତ୍ୟାକାଣ୍ଡ ଘଟାଇଥିଲେ ମୃତକ ବିହାରୀ ଯାଦବଙ୍କ ପତ୍ନୀ। ହତ୍ୟାରେ ସାହାର୍ଯ୍ୟ କରିଥିବା ୩ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ୧୧ ଏପ୍ରିଲରେ ଜବତ ହୋଇଥିଲା ମୃତଦେହ। ଏସପି ଉପେନ୍ଦ୍ର ନାଥ କହିଛନ୍ତି ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରାଯାଇଥିଲା। ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଥିଲା।

ମୃତକ ବିହାରୀ ଯାଦବଙ୍କ ପତ୍ନୀ ରିଙ୍କୁ କୁମାରୀଙ୍କୁ ଏନେଇ ପଚରାଉଚରା କରାଯାଇଥିଲା। ରିଙ୍କୁ କୁମାରୀ ପୋଲିସକୁ ଦେଇଥିବା ବୟାନ ସମସ୍ତଙ୍କୁ ଚକିତ କରିଥିଲା। ପୋଲିସକୁ ରିଙ୍କୁ କୁମାରୀ କହିଛି ବିହାରୀ ଯାଦବ କୋଲକାତାରୁ ଫେରିବା ପରେ ପୁନସିୟାରେ ପହଞ୍ଚିଥିଲେ। ଅଧା ରାସ୍ତା ଯାଏଁ ତାଙ୍କ ସହ କଥା ହୋଇଥିଲା। ତାପରେ ତାଙ୍କ ସହ କୌଣସି କଥା ହୋଇନାହିଁ। ରିଙ୍କୁ କୁମାରୀ କହିଛନ୍ତି ଗାଁରେ ଅନ୍ୟ ପୁରୁଷ ସହ ତାଙ୍କ ଅନୈତିକ ସମ୍ପର୍କ ଥିଲା। ଯାହା ଜାଣିଦେଇଥିଲା ତାଙ୍କ ସ୍ୱାମୀ ବିହାରୀ ଯାଦବ। ରିଙ୍କୁ ଏଥିପାଇଁ ତାଙ୍କ ସ୍ୱାମୀ ମଧ୍ୟ ବାରଣ କରିଥିଲେ। ମାରପିଟ ମଧ୍ୟ କରିଥିଲେ।

ଏପରିକି ଟଙ୍କା ପତ୍ର ଦେବା ମଧ୍ୟ ବନ୍ଦ କରିଥିଲା। ଯାହା ପାଇଁ ରିଙ୍କୁ ତାଙ୍କର କିଛି ବନ୍ଧୁଙ୍କ ସହ ମିଶି ସ୍ୱାମୀକୁ ରାସ୍ତାରୁ ହଟାଇବାକୁ ନିଷ୍ପତି ନେଇଥିଲା। ସ୍ୱାମୀକୁ ରାସ୍ତାରୁୀ ହଟାଇବାକୁ ରିଙ୍କୁ ୩୫ ହଜାର ଟଙ୍କା ସୁପାରି ୟ ଦେଇଥିଲା। ୧୧ ଅପ୍ରିଲରେ ବିହାରଙ୍କ ମାରାଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ଶରୀରୁ ମୁଣ୍ଡକୁ ଅଲଗା କରି ଦିଆଯାଇଥିଲା। ସୂଚନା ରହିଛି କି ରିଙ୍କୁଙ୍କ ସାକ୍ଷାତା ଜେଲରୁ ଫେରିଥିବା କିଛି ଅପରାଧରୀଙ୍କ ସହ ହୋଇଥିଲା , ସେମାନେ ରିଙ୍କୁଙ୍କ କଥାରେ ବିହାରୀ ଯାଦବଙ୍କୁ ହତ୍ୟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking