27.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶପ୍ରେମିକ ସହ ମିଶି ବୃଦ୍ଧଙ୍କୁ ହତ୍ୟା କଲେ ମହିଳା

ପ୍ରେମିକ ସହ ମିଶି ବୃଦ୍ଧଙ୍କୁ ହତ୍ୟା କଲେ ମହିଳା

ଗୁଜୁରାଟ: ସ୍ୱାମୀ, ଝିଅକୁ ଛାଡ଼ି ପ୍ରେମିକ ପ୍ରେମରେ ଅନ୍ଧ ଥିଲେ ମହିଳା। ଆଉ ପରିବାରକୁ ଛାଡ଼ି ବୟଫ୍ରେଣ୍ଡ ସହ ସବୁଦିନ ପାଇଁ ଫେରାର ହୋଇଯିବାକୁ ପ୍ଲାନ କରିଥିଲେ ପ୍ରେମିକା। ଆଉ ସେଥିପାଇଁ ରଚିଲେ ଏପରି ଷଡ଼ଯନ୍ତ୍ର ଆପଣ ବି ଶୁଣିଲେ ବେହୋସ ହୋଇଯିବେ। ମହିଳା ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଦର୍ଶାଇବା ପାଇଁ ବୟଫ୍ରେଣ୍ଡ ସହ ମିଶି ଜଣେ ୫୬ ବର୍ଷୀୟ ବୁଢ଼ାଙ୍କର ହତ୍ୟା କଲେ। ପରେ ନିଜର ଘାଘରା, ବ୍ଲାଉଜ୍ ଓ ଚୁନି ବୁଢାଙ୍କୁ ପିନ୍ଧାଇ ଦେଲେ। ପରେ ବୃଦ୍ଧଙ୍କ ଦେହରେ ନିଆଁ ଲଗାଇ ଦେଲେ। ଯେପରି ପରିବାରଲୋକ ଭାବିବେ ମହିଳା ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆଉ ସେ ତାଙ୍କ ପ୍ରେମିକ ସହ ଫେରାର ହୋଇଯିବେ। ପୋଲିସର କହିବା କଥା, ଅଭିଯୁକ୍ତ ମହିଳା ଜଣକଙ୍କ ନାଁ ଗୀତା। ସେ ପୂର୍ବରୁ ସୁରେଶ ଗେଙ୍ଗା ଭୀମା ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ତାଙ୍କର ୩ ବର୍ଷର ଏକ ଝିଅ ମଧ୍ୟ ଅଛି।

ଗୀତା ତାଙ୍କ ପ୍ରେମିକ ଭରତଙ୍କ ସହ ଯୋଧପୁର ପଳାଇବାକୁ ଯୋଜନା କରୁଥିଲେ। ଏଥିପାଇଁ ସେ ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲେ। ସେମାନେ ପ୍ଲାନ କରି ଜଣେ ବୃଦ୍ଧଙ୍କୁ ହତ୍ୟା କରି ଗୀତାର ଡ୍ରେସ ପିନ୍ଧାଇ ତାକୁ ଜାଳିଦେଲେ। ଯେପରି ଯେ କେହିବି ମୃତ ଦେହ ଦେଖିବ ସେ ଭାବିବ ମୃତ ଦେହଟି ଗୀତାର ବୋଲି। ଆଉ ସେପଟେ ଗୀତା ସବୁଦିନ ପାଇଁ ସ୍ୱାମୀଙ୍କ ପାଖରୁ ଦୂରେଇ ଯିବ ଏବଂ ନିଜ ପ୍ରେମିକ ସହ ଫେରାର ହୋଇ ଖୁସିରେ ରହିବ। ସବୁ ଯୋଜନା ମୁତାବକ ହେଲା। ଆଉ ଯେତେବେଳେ ଗୀତାର ସ୍ୱାମୀ ସକାଳୁ ସକାଳୁ ଘରେ ସ୍ତ୍ରୀକୁ ପାଇଲା ନାହିଁ। ସେତେବେଳେ ଘର ପଛପଟରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବାର ଦେଖିବାକୁ ପାଇଲା। ଏବଂ ଏହା ତାଙ୍କ ସ୍ତ୍ରୀ ଗୀତାର ବୋଲି ସେ ଭାବି ପୋଲିସକୁ ଖବର ଦେଲା। ହେଲେ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଲେ ପ୍ରକୃତ ସତ। ପୋଲିସ ୨୮ ମେ’ ସକାଳ ୪ଟାରେ ଗୀତା ଏବଂ ଭରତଙ୍କୁ ପାଲନପୁର ରେଳ ଷ୍ଟେସନରୁ ଗିରଫ କରିଥିଲା। ଦୁହେଁ ଯୋଧପୁର ଯିବାକୁ ଟ୍ରେନ ଧରିବାକୁ ଚେଷ୍ଟା କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking