14.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଜମି ବିବାଦରୁ ମହିଳାଙ୍କୁ ହତ୍ୟା ପରେ ଜାଳିଦେଲେ

ଜମି ବିବାଦରୁ ମହିଳାଙ୍କୁ ହତ୍ୟା ପରେ ଜାଳିଦେଲେ

ଇଟାୱା: ଉତ୍ତରପ୍ରଦେଶର ଇଟାୱାରେ ଅଞ୍ଜଳି (୨୫) ନାମ୍ନୀ ଜଣେ ମହିଳାଙ୍କୁ ଗଳାଚିପି ହତ୍ୟା କରାଯାଇଛି। ହତ୍ୟାପରେ ଅଭିଯୁକ୍ତମାନେ ଅଞ୍ଜଳିଙ୍କ ମୃତଦେହକୁ ଜାଳିଦେବା ସହ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ। ରିପୋର୍ଟ ଅନୁସାରେ ଏକ ଜମି ବିବାଦକୁ କେନ୍ଦ୍ରକରି ଅଞ୍ଜଳି ଏବଂ ୨ ଅଭିଯୁକ୍ତଙ୍କ ମଧ୍ୟରେ ତିକ୍ତତା ରହିଥିଲା। ଏହି ଅଭିଯୁକ୍ତ ଦ୍ୱୟ ବାସ୍ତବରେ ସ୍ଥାନୀୟ ଅଞ୍ଚଳର ପ୍ରପଟି ଡିଲର ଭାବେ କାମ କରନ୍ତି। ତେବେ ଗତ ୭ତାରିଖ ଦିନ ଏକ ନିର୍ଦ୍ଦିଷ୍ଟ ଜମିର କାଗଜ ଦେବା ବାହାନାରେ ଏହି ୨ ଅଭିଯୁକ୍ତ ଅଞ୍ଜଳିଙ୍କୁ ନିଜ ଅଫିସ୍‌କୁ ଡକାଇଥିଲେ ଏବଂ ସେଠାରେ ନିର୍ମମ ଭାବେ ହତ୍ୟା କରଥିଲେ। ତେବେ ଗତ ୫ ଦିନ ଧରି ଅଞ୍ଜଳି ନିଖୋଜ ରହିବା ପରେ ଶନିବାର ପୋଲିସ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରିଥିଲା। ଅଞ୍ଜଳିଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ରବିବାର ଉଭୟ ଅଭିଯୁକ୍ତ ପ୍ରପର୍ଟି ଡିଲର (ଶିବେନ୍ଦ୍ର ଯାଦବ (୨୬) ଏବଂ ଗୌରବ (୧୯))ଙ୍କୁ ପୋଲିସ ଗିରଫ କରିଛି। ପଚରାଉଚରା ସମୟରେ ଅଞ୍ଜଳିଙ୍କୁ ହତ୍ୟା କରିଥିବା ନେଇ ଉଭୟେ ସ୍ୱୀକାର କରିଛନ୍ତି। ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

ପ୍ରକାଶ, ଉତ୍ତରପ୍ରଦେଶର ଅଧିକାଂଶ ଜିଲ୍ଲାରେ ଏପ୍ରକାର ଜମି ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳେ। ଜମି ମାଫିଆମାନେ ଧମକ ଚମକ ଦେଇ ଲୋକଙ୍କ ଠାରୁ ଜମି କିଣିବା ହେଉ କିମ୍ବା କାହାକୁ ବିକ୍ରି କରିବା ଆଳରେ କୋଟି କୋଟି ଟଙ୍କା ହଡପ କରିନେବା ହେଉ ଏପ୍ରକାର ଘଟଣା ଏଠାରେ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏପରିକି ଜମି ମାଫିଆମାନେ ଲୋକଙ୍କୁ ଜମି ଯୋଗାଇଦେବାକୁ କହି ଅଗ୍ରୀମ ଭାବେ ଲକ୍ଷ ଲକ୍ଷ ଟଙ୍କା ନେଇଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ଜମି କାଗଜପତ୍ର ହସ୍ତାନ୍ତର କରୁନାହାନ୍ତି କିମ୍ବା ପଇସା ମଧ୍ୟ ଫେରସ୍ତ କରୁନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking