26.1 C
Bhubaneswar
Wednesday, February 26, 2025
Homeଓଡିଶାମହିଳାଙ୍କୁ ଦଳିଦେଲା ଦନ୍ତା

ମହିଳାଙ୍କୁ ଦଳିଦେଲା ଦନ୍ତା

ସୁନ୍ଦରଗଡ : ସୁନ୍ଦରଗଡ ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ କୁଲବା ଗ୍ରାମରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ମହିଳା ମୃତ, ଜଣେ ଆହତ। ସପ୍ତାହକ ମଧ୍ୟରେ ହାତୀ ଆକ୍ରମଣରେ ୨ଜଣଙ୍କର ମୃତ୍ଯୁ ହୋଇସାରିଥିବାବେଳେ, ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ମୃତ ମହିଳାଙ୍କ ନାମ ରେଣୁକା ସାହୁ। ସେ ସକାଳୁ ଶୌଚ ହେବା ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପାଖରେ ଥିବା ଆନ୍ଯ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଗତ ୧୪ତାରିଖରେ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଥିଲେ। ହାତୀ ଏହି ଅଞ୍ଚଳରେ ଆତଙ୍କ ଖେଳାଇଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ କୌଣସି ଉଦ୍ୟମ କରାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking