ଢେଙ୍କାନାଳ: ଥମୁନି ହାତୀ-ମଣିଷ ଲଢେଇ । ଅକାଳରେ ଯାଉଛି ଅନେକ ଜୀବନ । ଢେଙ୍କାନାଳ ଜିଲ୍ଲା ତମଣ୍ଡା ଗାଁରେ ଜଣେ ମହିଳାଙ୍କୁ ଦଳି ଦେଇଛି ଦନ୍ତା ହାତୀ । ଆଜି ଭୋର ୬ଟାରେ ସ୍ବାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ ଚାଲି ଚାଲି ଗାଁକୁ ଯାଉଥିବା ବେଳେ ଗୋଟିଏ ଦନ୍ତା ତଡ଼ିଥିଲା । ସ୍ତ୍ରୀ ସୁଷମା ପ୍ରଧାନଙ୍କୁ ଶୁଣ୍ଢରେ ଟାଣି ଦଳିଦେଇଥିଲା । ସେହିଠାରେ ହିଁ ସୁଷମାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ସ୍ଵାମୀ ଗୁରୁବାରି ପ୍ରଧାନ ଓ ୭ ବର୍ଷର ଝିଅ ଗଛରେ ଚଢ଼ି ଜୀବନ ବଞ୍ଚାଇଥିଲେ । ଘଟଣାସ୍ଥଳରେ ଭାପୁର ଫାଣ୍ଡି ପୁଲିସ୍ ଓ ବନ କର୍ମଚାରୀ ପହଞ୍ଚିଛନ୍ତି ।









