24.1 C
Bhubaneswar
Sunday, December 7, 2025
Homeଓଡିଶାରାତି ଅଧରେ ମହିଳାଙ୍କୁ ଅପହରଣ

ରାତି ଅଧରେ ମହିଳାଙ୍କୁ ଅପହରଣ

ଭଦ୍ରକ: ରାତି ଅଧରେ ବର୍ଷା ଯୋଗୁଁ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିଲେ ଜଣେ ମହିଳା । ନିଛାଟିଆ ଦେଖି ମହିଳାଙ୍କୁ ଟେକି ନେଇଗଲା ଟ୍ରକ୍ ଡ୍ରାଇଭର୍ । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଛାତିଥରା ଭିଡିଓ । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ୧୬ ନମ୍ୱର ଜାତୀୟ ରାଜପଥ ପୁଲିସ ରିଜର୍ଭ ଅଫିସ ନିକଟରେ ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଛି । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଚମ୍ପା ଫାଣ୍ଡି ଛକ ନିକଟରେ ଅଟକିଥିଲା ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ରକ୍ । ଏକୁଟିଆ ମହିଳାଙ୍କୁ ଦେଖି ଟ୍ରକ୍ ଡ୍ରାଇଭର ଗାଡ଼ି ଅଟକାଇଥିଲେ ଏବଂ ଜୋର ଜବରଦସ୍ତ ଅପହରଣ କରି ଟ୍ରକରେ ପଳାଇଥିବା ଦେଖିବାକୁ ମିଳିଛି । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବା ସହିତ ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଏସ୍‌ପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking