17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପ୍ରେମିକକୁ ଘରକୁ ଡାକି ଜୋର୍ ଜବରଦସ୍ତ ଲଣ୍ଡା କରାଇଲେ ମହିଳା

ପ୍ରେମିକକୁ ଘରକୁ ଡାକି ଜୋର୍ ଜବରଦସ୍ତ ଲଣ୍ଡା କରାଇଲେ ମହିଳା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରେ ଏକ ଅଜବ ଘଟଣା ଦେଖବାକୁ ମିଳିଛି । ପ୍ରଥମେ ପ୍ରେମିକକୁ ଘରକୁ ଡାକିଲେ ପରେ ଲୋକ ଲଗାଇ ଯୁବକଙ୍କୁ ମାଡ଼ ମାରିବା ସହିତ ଜୋରଜବରଦସ୍ତ ଲଣ୍ଡା କରିଛନ୍ତି ଜଣେ ମହିଳା। ଏହି ଘଟଣା ପରେ ପୋଲିସ ୧୧ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି। ଏହି ମାମଲା ପ୍ରେମ ସମ୍ପର୍କିତ ବୋଲି କୁହାଯାଉଛି। କୋତୱାଲି ଦେହାତ ଅଞ୍ଚଳରେ ରହୁଥିବା ଜଣେ ଯୁବକର ଗାଁର ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହୋଇଛି। କୋତୱାଲି ଇନଚାର୍ଜ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଚାରି ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ ଏବଂ ସେ ତାଙ୍କ ତିନି ପିଲାଙ୍କ ସହିତ ରୁହନ୍ତି। ମହିଳା ପ୍ରାୟତଃ ଯୁବକଙ୍କୁ ଘର କାମରେ ସାହାଯ୍ୟ ମାଗୁଥିଲେ। ବୁଧବାର ଯେତେବେଳେ ଯୁବକ ଜଣକ ମହିଳାଙ୍କ ଇଙ୍ଗିତରେ କିଛି ଜିନିଷପତ୍ର ଆଣିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ୧୨ରୁ ଅଧିକ ଲୋକ ତାଙ୍କୁ ଘେରିଯାଇ ନିଷ୍ଠୁର ଭାବରେ ମାଡ଼ ମାରିଥିଲେ ଏବଂ ଜୋରଜବରଦସ୍ତ ତାଙ୍କ ମୁଣ୍ଡ ଲଣ୍ଡା କରିଥିଲେ। ଯୁବକଙ୍କ ପରିବାରର ଲିଖିତ ଅଭିଯୋଗ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୧୧ ସନ୍ଦିଗ୍ଧଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ତେବେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ସତ୍ତ୍ୱେ ମହିଳା ଜଣଙ୍କ କାହିଁକି ତାଙ୍କୁ ଘରକୁ ଡକାଇ ଲୋକ ଲଗାଇ ଲଣ୍ଡା କରାଇଛନ୍ତି ତାହାର ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking