ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପଡୋଶୀ ମହିଳାଙ୍କ ପନିକି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଏଙି ଘଟଣାଟି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଦେଉଳାପାଲି ଗାଁରେ ଘଟିଛି । ପୀଡିତା ମହିଳାଙ୍କୁ କୁନି ମହାନ୍ତି ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଗଙ୍ଗା ମହାନ୍ତି ଓ ମାୟା ମହାନ୍ତି ମିଶି ତାଙ୍କ ଉପରେ ପନିକିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରିପୋର୍ଟ ଅନୁସାରେ, ଆଜି ଭୋର ସମୟରେ କୁନିଙ୍କୁ ତାଙ୍କ ପଡୋଶୀ ପନିକିରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ କୁନି ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମ୍କେସିଜ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବ ଶତ୍ରୁତା ଯୋଗୁଁ କୁନିଙ୍କ ଉପରେ ଆକ୍ରମଣ ହୋଇଥିବା ଜାଣିବାକୁ ମିଳିଛି । ଏହା ମଧ୍ୟ ଜଣା ପଡ଼ିଛି ଯେ ପୂର୍ବରୁ ମଧ୍ୟ ତାଙ୍କ ଉପରେ ପଡ଼ୋଶୀ ମହିଳାମାନେ କିଛି ଥର ଆକ୍ରମଣ କରିଥିଲେ । ସୂଚନା ପାଇବା ପରେ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










