19.1 C
Bhubaneswar
Friday, February 6, 2026
Homeଦେଶ ବିଦେଶମହିଳାଙ୍କ ଉପରେ ଚଢ଼ିଗଲା କାର୍

ମହିଳାଙ୍କ ଉପରେ ଚଢ଼ିଗଲା କାର୍

ସୁରଟ: ଗୁଜୁରାଟର ସୁରଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ଜଣେ ମହିଳାଙ୍କ ଉପରେ ଚଢ଼ିଗଲା କାର। ଦୁର୍ଘଟଣା ପରେ, ଡ୍ରାଇଭର କାର ନେଇ ସ୍ଥାନ ଛାଡି ସେଠାରୁ ପଳାଇଯାଇଥିଲେ ଏବଂ ମହିଳା ଜଣକ ଯନ୍ତ୍ରଣାରେ କାନ୍ଦୁଥିବା ଅବସ୍ଥାରେ ତଳେ ପଡ଼ି ରହିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି। ସୁରଟର ପାଲୋଡରେ ଘଟିଛି ଏହି ମର୍ମନ୍ତୁଦ ଘଟଣା । ଆହତ ମହିଳାଙ୍କୁ ୩୫ ବର୍ଷୀୟା ସଙ୍ଗୀତାବେନ୍ ଠାକୋର ଭାବରେ ଚିହ୍ନଟ କରାଯାଇଛି। ସେ ମୁମ୍ବାଇ-ଅହମ୍ମଦାବାଦ ରୋଡରେ ଅବସ୍ଥିତ ଏକ ପେଟ୍ରୋଲ ପମ୍ପରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି। କୋସାମ୍ବା ପୋଲିସର ସୂଚନା ଅନୁଯାୟୀ, ପେଟ୍ରୋଲ ପମ୍ପକୁ ଏକ କ୍ରେଟା କାର ଆସିଥିଲା। ସଙ୍ଗୀତାବେନ୍ ପାଖରେ ସଫା କରୁଥିଲେ। ଡ୍ରାଇଭର କାରରେ ପେଟ୍ରୋଲ ଭର୍ତ୍ତି କରିଥିଲେ ଏବଂ ସେ କାରକୁ ଆଗକୁ ବଢାଇବା ମାତ୍ରେ ହଠାତ୍ ଭାରସାମ୍ୟ ବିଗିଡ଼ିଗଲା ଏବଂ କାରଟି ସଙ୍ଗୀତାବେନଙ୍କ ଉପରେ ଚଢ଼ିଗଲା।

କାରଟି ସଙ୍ଗୀତାବେନଙ୍କ ଡାହାଣ ଗୋଡ ଉପରେ ଚଢ଼ିଗଲା, ଯାହା ଫଳରେ ତାଙ୍କ ଗୋଡ ଭାଙ୍ଗିଯାଇ ସେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ, କାରକୁ ଅଟକାଇବା ପରିବର୍ତ୍ତେ ଡ୍ରାଇଭର ଦ୍ରୁତ ଗତିରେ ଆଦି ଚଲାଇ ଘଟଣାସ୍ଥଳରୁ ପଳାଇଗଲେ। ପେଟ୍ରୋଲ ପମ୍ପରେ ଉପସ୍ଥିତ ଲୋକମାନେ ମହିଳାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଲେ ଏବଂ ତୁରନ୍ତ ଘଟଣା ବିଷୟରେ ପୋଲିସକୁ ସୂଚନା ଦେଲେ। ଏହି ଦୁର୍ଘଟଣାରେ ସଙ୍ଗୀତା ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଗଲେ ସଙ୍ଗୀତାବେନ୍। ପୋଲିସ ଘଟଣାର ସିସିଟିଭି ଫୁଟେଜ୍ ଦେଖି ତଦନ୍ତ ଆରମ୍ଭ କରିଛି। କାର ଏବଂ ଡ୍ରାଇଭରଙ୍କୁ ଖୋଜା ଚାଲିଛି। ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking