27.1 C
Bhubaneswar
Friday, December 19, 2025
Homeଓଡିଶାବିବାହ ବାର୍ଷିକୀରେ ଫ୍ୟାନ୍‌ରେ ଝୁଲିପଡ଼ିଲା ସ୍ତ୍ରୀ

ବିବାହ ବାର୍ଷିକୀରେ ଫ୍ୟାନ୍‌ରେ ଝୁଲିପଡ଼ିଲା ସ୍ତ୍ରୀ

ଭୁବନେଶ୍ୱର: ଆଜି ଥିଲା ପ୍ରଥମ ବିବାହ ବାର୍ଷିକୀ। ତେଣୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ସ୍ୱାମୀ-ସ୍ତ୍ରୀ କଥା ହୋଇଥିଲେ। କିନ୍ତୁ ହଠାତ୍ ଏକ ଜରୁରୀ କାମ ପଡ଼ିବାରୁ ଆଜି ସକାଳୁ ସ୍ୱାମୀ ଯୋଜନା ବଦଳାଇଲେ। ପ୍ରଥମ ବିବାହ ବାର୍ଷିକୀରେ ମନବାଞ୍ଛା ପୂରଣ କରିପାରିଲେନି। ଏତିକିରେ ଜୀବନକୁ ଛି’ କରିଦେଲେ ସ୍ତ୍ରୀ। ଫ୍ୟାନ୍‌ରେ ଝୁଲିପଡ଼ିଲେ। ଆଜି ଅପରାହ୍ଣରେ ଏଭଳି ଏକ ଅଭାବନୀୟ ଘଯଣା ଘଟିଛି ବାଲିପାଟଣା ଥାନା ଝିଣ୍ଟିଶାସନ ମଲ୍ଲିକସାହିରେ। ମୃତକ ହେଲେ ଅଜୟ ମଲ୍ଲିକଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ(୨୧)। ବାଲିପାଟଣା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ଅଜୟ ଗତବର୍ଷ କଟକ ଜିଲ୍ଲା ନିଆଳି ଥାନା ଅଧୀନ ସେଳେଦା ଗ୍ରାମର ଶୁଭଲକ୍ଷ୍ମୀଙ୍କୁ ବିବାହ କରିଥିଲେ।

ଆଜି ପ୍ରଥମ ବିବାହ ବାର୍ଷିକୀ ପାଇଁ ଗତକାଲିଠୁ ସ୍ୱାମୀ-ସ୍ତ୍ରୀ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ମନସ୍ଥ କରିଥିଲେ। ଗତ ରାତିରୁ ସେମାନେ ସବୁ ପ୍ରସ୍ତୁତି କରିସାରିଥିଲେ। କିନ୍ତୁ ଆଜି ସକାଳୁ ଅଜୟଙ୍କର ଏକ ଜରୁରୀ କାମ ପଡ଼ିବାରୁ ଲିଙ୍ଗରାଜ ମନ୍ଦିର ଯାଇପାରିବେ ନାହିଁ ବୋଲି ଶୁଭଲକ୍ଷ୍ମୀଙ୍କୁ କହିଥିଲେ। ହଠାତ୍ ଏହା ଶୁଣି ଶୁଭଲକ୍ଷ୍ମୀଙ୍କ ମନ ମରିଯାଇଥିଲା। ସେ ମନ ମାରି ଗୁମ୍‌ସୁମ୍ ହୋଇ ବସିରହିଲେ। ତଥାପି ଅଜୟ ତାଙ୍କୁ କପିଳନାଥ ବୁଲାଇ ନେବେ ବୋଲି କହିଥିଲେ। କିନ୍ତୁ ଶୁଭଲକ୍ଷ୍ମୀ ବୁଝି ନଥିଲେ। ଏଥିରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ତେଣୁ ଶାଶୂ ଏଥିରେ ହସ୍ତକ୍ଷେପ କରିଥିଲେ ଓ ବୋହୂକୁ ବୁଝାଇଥିଲେ। ମାତ୍ର ଶୁଭଲକ୍ଷ୍ମୀଙ୍କ ରାଗ ଶାନ୍ତ ନ ହେବାରୁ ଶାଶୂ ଆକଟ କରି କିଛି କହିଥିଲେ। ଏହା ବେଶି ବାଧିଥିଲା ଶୁଭଲକ୍ଷ୍ମୀଙ୍କୁ। ଅପରାହ୍ଣରେ ସେ ପରିବାର ଲୋକଙ୍କ ଅଲକ୍ଷ୍ୟରେ ଶୋଇବା ଘର ଫ୍ୟାନ୍‌ରେ ଝୁଲିପଡ଼ିଥିଲେ। ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ଶୁଭଲକ୍ଷ୍ମୀଙ୍କୁ ଉଦ୍ଧାର କରି ବାଳକାଟି ଡାକ୍ତରଖାନାରେ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ସବୁ କିଛି ଶେଷ ହୋଇସାରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking