30.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁଶୁପଙ୍ଗା ଗ୍ରାମରେ ହତ୍ୟାକାଣ୍ଡ । ମହିଳା ଜଣକ ଘରେ ଥିବାବେଳେ ତାଙ୍କ ଘରେ ପଶିଥିଲା ଦୁର୍ବୃତ୍ତ । ଘରେ ପଶି ତାଙ୍କୁ ଟାଙ୍ଗିଆରେ ହାଣିଦେଇଥିବା ମୋଟଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ମହିଳା ଜଣକ ପ୍ରାଣ ହରାଇଥିଲେ । ତେବେ ଉକ୍ତ ଅଭିଯୋଗ ଆଧାରରେ ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀକୁ କାବୁ କରିଛି । ହତ୍ୟାକାରୀକୁ କାବୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ । ତେବେ ଏହି ଘଟଣାରେ ପ୍ରାଣ ହରାଇଥିବା ମହିଳା ଏବଂ ହତ୍ୟାକାରୀର ପରିଚୟ ଅସ୍ପଷ୍ଟ ରହିଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking