22.1 C
Bhubaneswar
Tuesday, December 16, 2025
Homeଓଡିଶାରାଜଧାନୀରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ରାଜଧାନୀରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ଡେଲିଭରି ବୟର ଉନ୍ମତ୍ତ କାଣ୍ଡ । ଖାଦ୍ୟ ଡେଲିଭରୀ ଦେବାକୁ ଆସିଥିବାବେଳେ ମହିଳାଙ୍କୁ କଲେ ଆକ୍ରମଣ। ଭରତପୁର ଥାନା ଶାମପୁର ଅଞ୍ଚଳ‌ରେ ଘଟିଛି ଏହି ଘଟଣା। ଏଥିରେ ମହିଳା ଜଣକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁସାରେ, ଶାମପୁର ଅଞ୍ଚଳରେ ବିନୋଦିନୀ ରଥ ଗୁରୁବାର କିଛି ଖାଦ୍ୟ ଅନଲାଇନରେ ମଗାଇଥିଲେ। ଆଉ ଏହି ଖାଦ୍ୟ ଡେଲିଭରୀ ଦେବାକୁ ଆସିଥିଲା ଡେଲିଭରୀ ବୟ। ହେଲେ ଫୁଡ ଡେଲିଭରି ଦେବାରେ ବିଳମ୍ବ ହେବାରୁ ପ୍ରଥମେ ମହିଳା ଏବଂ ଫୁଡ ଡେଲିଭରି ବୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଡେଲିଭରୀ ବୟ ଜଣକ ଏକ ଧାରୁଆ କଟୁରୀରେ ମହିଳାଙ୍କୁ ୩ ଚୋଟ ପକାଇଥିବା ଅଭିଯୋଗ ହୋଇଛି।ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତି କରି ପୋଲିସ ଫୁଡ ଡେଲିଭରି ବୟଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking