23.1 C
Bhubaneswar
Tuesday, January 13, 2026
Homeଅପରାଧସ୍ୱାମୀକୁ ହାଣି ଗାତ ଖୋଳି ପୋତିଦେଲା ସ୍ତ୍ରୀ

ସ୍ୱାମୀକୁ ହାଣି ଗାତ ଖୋଳି ପୋତିଦେଲା ସ୍ତ୍ରୀ

ମହାରାଷ୍ଟ୍ର: ଯେବେଠାରୁ ମେରଠରେ ସ୍ୱାମୀକୁ ଡ୍ରମରେ ଭର୍ତ୍ତି କରି ଫିଙ୍ଗି ଦେବା ଏବଂ ସିଲଂରେ ରାଜା ରଘୁବଂଶୀଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି। ସେବେଠାରୁ ସାରା ଦେଶରେ ପ୍ରଶ୍ନ ଉଠୁଛି କି ଦେଶରେ ଏମିତି କେତେ ସ୍ତ୍ରୀ ଅଛନ୍ତି। କାରଣ ସାରା ଦେଶରୁ ଏପରି ଘଟଣା ବାରମ୍ୱାର ସାମ୍ନାକୁ ଆସୁଛି। ଏବେ ମହାରାଷ୍ଟ୍ରର ନାସିକରୁ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ‘ଦୃଶ୍ୟମ’ ଭଳି ଚଳଚ୍ଚିତ୍ର କାହାଣୀକୁ ମଧ୍ୟ ପଛରେ ପକାଇ ଦେଇଛି। ଏଠାରେ ଜଣେ ସ୍ତ୍ରୀ କେବଳ ତାଙ୍କ ସ୍ୱାମୀଙ୍କୁ କୁରାଢ଼ିରେ ହତ୍ୟା କରିନଥିଲେ, ବରଂ ଘର ବାହାରେ ଥିବା ଏକ ନାଳରେ ମୃତଦେହ ପୋତି ଦେଇଥିଲେ ଏବଂ ଦୁଇ ମାସ ପର୍ଯ୍ୟନ୍ତ ସମଗ୍ର ଗାଁ ଏବଂ ପରିବାରକୁ ଅନ୍ଧାରରେ ରଖିଥିଲେ। ମାମଲାଟି ସୁରଗାନା ତହସିଲର ମାଲଗୋଣ୍ଡା ଗାଁର। ଏହି ଗାଁର ବାସିନ୍ଦା ପ୍ରଭା ଠାକରେ ଏପ୍ରିଲ ୧୪ ତାରିଖରେ ତାଙ୍କ ସ୍ୱାମୀ ଯଶୋବନ୍ତ ଠାକରେ ଶୋଇଥିବା ସମୟରେ କୁରାଢ଼ିରେ ହତ୍ୟା କରିଥିଲେ। ହତ୍ୟା ପରେ ଦୋଷ ଲୁଚାଇବାକୁ ପ୍ରଭା ଘର ପାଖରେ ଏକ ନାଳ ଖୋଳି ମୃତଦେହ ପୋତି ଦେଇଥିଲେ ଏବଂ ତା’ପରେ ମିଛର ଜାଲ ବୁଣିବା ଆରମ୍ଭ କରିଥିଲେ। ହେଲେ କଥାରେ ଅଛି ପରା ଚୋର ଘର ସବୁ ଦିନ ଅନ୍ଧାର ନଥାଏ। ଠିକ୍ ସେହିପରି ହତ୍ୟାକାଣ୍ଡ ଡେରିରେ ହେଉ ପଛେ ସାମ୍ନାକୁ ଆସିଲା।

ଯଶୋବନ୍ତଙ୍କ ବାପାମାଆ ବୋହୂକୁ ଆସି ଦିନେ ପଚାରିଲେ ତାଙ୍କ ପୁଅ କୁଆଡ଼େ ଯାଇଛି। ପ୍ରଭା ଉତ୍ତର ଦେଲେ, “ସେ କାମ ପାଇଁ ଗୁଜୁରାଟ ଯାଇଛି।” ମ୍ପର୍କୀୟମାନଙ୍କୁ ପଚରାଉଚରା କରାଯାଇଥିଲା କିନ୍ତୁ ସେଠାରେ ମଧ୍ୟ କୌଣସି ସୁରାକ ମିଳିନଥିଲା। ହେଲେ ଏହି କଥାରେ ଯଶୋବନ୍ତଙ୍କ ବାପା ମାଆଙ୍କର ସନ୍ଦେହ ହେଲା। ତେଣୁ ସେମାନେ ପୋଲିସକୁ ଖବର ଦେଲେ। କାରଣ ତାଙ୍କ ପୁଅ ସହ ତାଙ୍କର ଯୋଗାଯୋଗ ହୋଇପାରୁନଥିଲା। ଯେତେବେଳେ ପୋଲିସ ପ୍ରଭାଙ୍କୁ ଆସି ସ୍ୱାମୀ ନିଖୋଜ ହେବା କଥା ପଚରା ଉଚରା କଲା, ପ୍ରଥମେ ସେ ସବୁକିଛି ମନା କରିଦେଉଥିଲା। କିନ୍ତୁ ଯେତେବେଳେ ପୋଲିସ ତାଙ୍କୁ ସେହି ଅଞ୍ଚଳର ମ୍ୟାପ୍ ଦେଖାଇଲା ଏବଂ ସନ୍ଦେହ ହେଉଥିବା ନେଇ କିଛି ସୂଚନା ଦେଲା। ସେତେବେଳେ ପ୍ରଭା ନିଜ ଦୋଷ ମାନିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking