27.1 C
Bhubaneswar
Tuesday, March 24, 2026
Homeଓଡିଶାବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ କଳାବତୀ ଦିଗାଲ (୫୮) । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛି ।ସୂଚନା ଅନୁସାରେ, କଳାବତୀ ଆଜି ସ୍ନାନ କରିବା ପରେ ଅଗଣାରେ ଓଦା ଲୁଗା ଶୁଖାଉଥିଲେ। ଏହି ସମୟରେ କୌଣସି ପରିସ୍ଥିତିରେ ଉକ୍ତ ତାରରେ ବିଦ୍ୟୁତ୍ ପ୍ରଭାବିତ ହେଉଥିଲା। ଫଳରେ ଝଟକା ଲାଗି ତାଙ୍କ ଜୀବନ ଚାଲି ଯାଇଛି । ତେବେ ଏହାପରେ ପରିବାର ଲୋକେ ତାଙ୍କୁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking