ଭଞ୍ଜନଗର: ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟ ହୋଇଛି । ବେଲଗୁଣ୍ଠା ଥାନା ଗୋପୀନାଥ ସାହିର ଘଟଣା । ଗଛରୁ ପିଜୁଳି ତୋଳିବା ସମୟରେ ମହୁମାଛି ଆକ୍ରମଣ ହୋଇଛି । ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ହସ୍ପିଟାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










