23.1 C
Bhubaneswar
Sunday, February 8, 2026
Homeଓଡିଶାମହୁମାଛି ଆକ୍ରମଣରେ ମହିଳା ମୃତ

ମହୁମାଛି ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼: ଶିବ ମନ୍ଦିର ଯାଉଥିବାବେଳେ ଜଣେ ମହିଳା ଓ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ବାଘୁଆ ମହୁମାଛି। ଏହା ସହ ଜଣେ କାଠୁରିଆ ମଧ୍ୟ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଆଜି ଦିନ ୧୧ଟାରେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ତିଲଡେଗା ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତା ମହିଳା ହେଲେ ଗାଇଡେଗାର ଦେବକୀ ରଣା।ବାଇକରେ ଯାଉଥିବା ମହିଳା ଓ ଯୁବକ। ମହୁମାଛି ଆକ୍ରମଣ କରିବାରୁ ଯୁବକ ଓ ମହିଳା ଭାରସାମ୍ଯ ହରାଇ ବାଇକ ସହ  ଗଛରେ ପିଟି ହୋଇ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ପଠାଇଥିଲେ। ଏଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିବାବେଳେ ଦୁଇ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking