ରାଜସ୍ଥାନ : ରାଜସ୍ଥାନର ଭିଲ ୱାରାଠାରେ ଆମ୍ବୁଲାନ୍ସ ଗେଟ ଖୋଲି ନଥିବାରୁ ଆମ୍ବୁଲାନ୍ସ ଗାଡିରେ ହିଁ ମହିଳାଙ୍କ ଜୀବନ ଚାଲିଗଲା । ମହିଳା ଜଣଙ୍କ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ । ହେଲେ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା । ମହିଳାଙ୍କ ବୟସ ପାଖାପାଖି ୪୬ ବର୍ଷିୟ । ତାଙ୍କ ପୁଅ ଅଭିଯୋଗ କରିଛନ୍ତି ଚିକିତ୍ସା ବିଭାଗର ଅବହେଳା ଯୋଗୁଁ ତାଙ୍କ ମାଆ ପ୍ରାଣ ହରାଇଛନ୍ତି । ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର ମଧ୍ୟ ନଥିଲା । ମହିଳାଙ୍କ ପୁଅ କହିଛନ୍ତି , ମୁଁ ବିଳମ୍ବରେ ଶୋଇଥିଲି । ଫୋନ ବାଜିବାରୁ ମୁଁ ଉଠିଲି । ସେହି ସମୟରେ ମୋ ମାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଲି । କିନ୍ତୁ ମୋ ମାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା । ତାପରେ ଆମେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ଆଣିଲୁ ହେଲେ ଡ୍ରାଇଭର ବାଟ ଭୁଲିଯାଇଥିଲା । ଅକ୍ସିଜେନ ସିଲିଣ୍ଡରର ଯାନ୍ତ୍ରିକ ତ୍ରୁଟି ଥିଲା । ତାପରେ ବାଟ ପାଇ ମେଡିକାଲରେ ପହଞ୍ଚିବା ବେଳେ ମେଡିକାଲ ଗେଟ ପ୍ରାୟ ୨୦ ମିନିଟ ଧରି ବନ୍ଦ ରହିଥିଲା । ଫଳରେ ମାଙ୍କର ଆମ୍ବୁଲାନ୍ସରେ ହିଁ ଜାବନ ଚାଲିଯାଇଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।










