ଜଗତସିଂହପୁର: ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଚାଲିଗଲା ମହିଳାଙ୍କ ଜୀବନ।ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ଅଧାବାଟରେ ଅକ୍ସିଜେନର ଆବଶ୍ୟକତା ପଡିଥିଲା । କିନ୍ତୁ ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ରୋଗୀଙ୍କ ମୃତ୍ୟୁ ହୋଇଛି । ପରେ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିଥିଲେ । ବର୍ତ୍ତମାନ ଆମ୍ବୁଲାନ୍ସକୁ ଜଗତସିଂହପୁର ଥାନାରେ ଅଟକ ରଖାଯାଇଛି । ଘଟଣାସ୍ଥଳରେ ଡ୍ରାଇଭର ଫେରାର ହୋଇଯାଇଛି ।










