ନୂଆଦିଲ୍ଲୀ: ପ୍ରସବ ସମୟରେ ଘରେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା କେରଳର ମଲାପ୍ପୁରମ ଜିଲ୍ଲାରେ ଘଟିଛି । ମୃତକ ମହିଳାଙ୍କ ବୟସ ୩୪ ବର୍ଷ । ମହିଳାଙ୍କ ମୃତ୍ୟୁକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପେଲିସର ସୂଚନା ଅନୁସାରେ ଯେତେବେଳେ ମହିଳାଙ୍କର ପ୍ରସବ ସମୟରେ ତାଙ୍କ ସ୍ୱାମୀ ଡାକ୍ତରଖାନା ନେଇନଥିଲେ । ଘରେ ପ୍ରସବ କରାଇବା ପାଇଁ କହିଥିଲେ । ଏହା ମହିଳାଙ୍କ ପଞ୍ଚମ ପ୍ରସବ ଥିଲା । ସେମାନଙ୍କ ଛୁଆଙ୍କ ସହ ସ୍ୱାମୀ, ସ୍ତ୍ରୀ ଏକ ଭଡା ଘରେ ରହୁଥିଲେ । ମହିଳାଙ୍କ ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ପରିବାର ପାଖକୁ ପଠାଯାଇଛି । ତଥାପି ପରିବାର ଲୋକଙ୍କ ମନରେ ସନ୍ଦେହ ଉପୁଜିଥିବାରୁ ମୃତଦେହକୁ ପେରୁମ୍ବାଭୁର ତାଲୁକ ହସ୍ପିଟାଲକୁ ନିଆଯାଇଥିଲା । ମହିଳାଙ୍କ ମୃତ୍ୟୁ ପରିସ୍ଥିତିକୁ ତଦନ୍ତ କରାଯାଉଛି ।