କଟକ: ଏସସିବିରେ ଅସଦାଚରଣ ଶିକାର ମହିଳାଙ୍କର ମୃତ୍ୟୁ ହୋଇଛି । ବିଷ ପିଇଥିବା ମହିଳାଙ୍କର ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାୟ ୨୦ ଦିନ ଧରି ଏସସିବିରେ ଚିକିତ୍ସା ପରେ ସେ ଆଖି ବୁଜିଛନ୍ତି । ୧୭ ତାରିଖରେ ମହିଳାଙ୍କୁ ଆଇସିୟୁରେ ଅସଦାଚାରଣ ହୋଇଥିବା ଅଭିଯୋଗ ହୋଇଥିଲ। ମଙ୍ଗଳାବାଗ ଥାନାରେ ପରିବାର ବର୍ଗରୁ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୋଗ ଆଧାରରେ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତକୁ କଟକରୁ ଗିରଫ କରିଥିଲା । ବର୍ତ୍ତମାନ ଯୁବତୀଙ୍କ ମୃତଦେହକୁ ପରିବାର ଲୋକଙ୍କ ଆଗରେ ବ୍ୟବଚ୍ଛେଦ କରାଯାଇଛି । କିନ୍ତୁ ଏଯାଏଁ ମୃତ ଯୁବତୀଙ୍କ ପରିବାର ଲୋକେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିନାହାନ୍ତି ।










