18.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶମୋମୋ ଖାଇ ମହିଳା ମୃତ, ୧୫ ଅସୁସ୍ଥ

ମୋମୋ ଖାଇ ମହିଳା ମୃତ, ୧୫ ଅସୁସ୍ଥ

ହାଇଦ୍ରାବାଦ୍‌: ମୋମୋ ଖାଇ ୧୫ଜଣ ଗୁରୁତର ଅସୁସ୍ଥ ହୋଇପଡିଥିବା ବେଳେ ଜଣେ ୩୧ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ହାଇଦ୍ରାବାଦର ବଞ୍ଜାରା ହିଲ୍ସ ଅଞ୍ଚଳରୁ ସାମ୍ନାକୁ ଆସିଛି। ପୁଲିସ ଏହି ଘଟଣାର ଯାଞ୍ଚ କରୁଛି। ଅସୁସ୍ଥଙ୍କ ମଧ୍ୟରେ କିଛି ପିଲା ରହିଥିବା ସୂଚନା ମିଳିଛି। ଏସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଫାଷ୍ଟଏଡ୍ ଯୋଗାଇଦିଆଯାଇଛି। ଅନ୍ୟପକ୍ଷେ ପ୍ରାଥମିକ ତଦନ୍ତରୁ ଅସୁସ୍ଥ ହୋଇଥିବା ଲୋକେ ସମାନ ଫାଷ୍ଟଫୁଡ୍ ଦୋକାନରୁ ମୋମୋ ଖାଇଥିଲେ ବୋଲି ଜଣାପଡିଛି। ଏହାପରେ ପୁଲିସ୍ ଉକ୍ତ ଫାଷ୍ଟଫୁଡ୍ ଦୋକାନ ଉପରେ ଚଢ଼ଉ କରିବା ପୂର୍ବକ ସିଲ୍ କରିଦେଇଛି ଏବଂ ଦୋକାନୀଙ୍କୁ ଗିରଫ କରିଛି। ପୁଲିସର କହିବା ମୁତାବକ, ମୃତ ମହିଳା ଏବଂ ଅସୁସ୍ଥ ହୋଇଥିବା ଲୋକମାନେ ‘ଦିଲ୍ଲୀ ମୋମୋସ୍‌’ ନାମକ ଏକ ଫାଷ୍ଟଫୁଡ୍ ଷ୍ଟଲରୁ ମୋମୋ ଖାଇଥିଲେ। ଚିନ୍ତଲ ବସ୍ତିରେ ଅବସ୍ଥିତ ଏହି ଷ୍ଟଲଟି ପ୍ରାୟ ତିନି ମାସ ପୂର୍ବେ ବିହାରରୁ ଆସିଥିବା ୬ଜଣ ବ୍ୟକ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏବେ ଏହି ଷ୍ଟଲ ଚଳାଉଥିବା ଲୋକଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଅଭିଯୁକ୍ତଙ୍କ ପାଖରେ ଷ୍ଟଲ ଖୋଲିବା ପାଇଁ ବୈଧ ଲାଇସେନ୍ସ ନଥିବା ଜଣାପଡ଼ିଛି। ଏହି ଘଟଣା ପରେ ଲାଇସେନ୍ସ ନଥିବା ରାସ୍ତାକଡ଼ର ଷ୍ଟଲରୁ ଖାଦ୍ୟ ଖାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking