18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶପଙ୍ଖାରେ ଝୁଲି ଆତ୍ମହତ୍ୟା କଲେ ମହିଳା

ପଙ୍ଖାରେ ଝୁଲି ଆତ୍ମହତ୍ୟା କଲେ ମହିଳା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ଆର ଆର ଆଇ ଟି କଲୋନୀରେ ଜଣେ ମହିଳା ବେକରେ ଗାମୁଛା ଲଗାଇ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ସନ୍ଧ୍ୟା ମହାନନ୍ଦିଆ(୨୮) ବୋଲି ସୂଚନା ମିଳିଛି। କିଞ୍ଜିରକେଲା ଥାନା କୁଲବା ପଞ୍ଚାୟତ ବାଙ୍କିବାହାଲ ଅଞ୍ଚଳର ଏହି ମହିଳା  ନିଜ ପାଞ୍ଚ ବର୍ଷୀୟ ଶିଶୁ କନ୍ୟା ସହିତ ଏଠାରେ ଭଡ଼ାରେ ରହୁଥିଲେ। ସେ ସ୍ଥାନୀୟ ସୁପରମାର୍କେଟସ୍ଥ ଏକ ବହି ଦୋକାନରେ କାମ କରୁଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସ୍ବାମୀଙ୍କ ସହ ଝଗଡ଼ା ପରେ ମହିଳା ଏହି କାଣ୍ଡ ଘଟାଇଥିବା ଶୁଣିବାକୁ ମିଳିଛି। ପୁଲିସ ତଦନ୍ତ ଜାରି ରଖିଛି। ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ପଠାଇଛି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking