21.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କଲେ ମହିଳା

ପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କଲେ ମହିଳା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର  କୌଶାମ୍ବୀ ଜିଲ୍ଲାରୁ  ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।  ଘରୋଇ କଳହ କାରଣରୁ  ମହିଳା ଜଣଙ୍କ ତାଙ୍କ ଝିଅକୁ ଖାଦ୍ୟରେ ବିଷ ଦେବା ସହ ନିଜେ କୀଟନାଶକ ଔଷଧ ପିଇ ମୃତ୍ୟୁବରଣ କରିଛନ୍ତି ।  ଝିଅଟିର ବୟସ ମାତ୍ର ୮ ବର୍ଷ ।   ଜଣେ ଅଧିକାରୀଙ୍କ କହିବା ଅନୁସାରେ  ଗତକାଲି ରାତିରେ ମଧ୍ୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଫୋନ୍ ଉପରେ ଝଗଡ଼ା ହୋଇଥିଲା ଏବଂ ଏହା ପରେ ସୋନି ଦେବୀ ଲକ୍ଷ୍ମୀଙ୍କୁ ବିଷାକ୍ତ କୀଟନାଶକ ଖୁଆଇ ଦେଇଥିଲେ ଏବଂ ଏହା ପରେ ସେ ନିଜେ ମଧ୍ୟ କୀଟନାଶକ ଖାଇ ଦେଇଥିଲେ।   ସୋନିଙ୍କ ବଡ଼ ଝିଅ କାଜଲ ତାଙ୍କ ଜେଜେମାଙ୍କୁ କହିଥିଲେ ଯେ ତାଙ୍କ ମାଆ ଏବଂ ଭଉଣୀ ବିଷାକ୍ତ ପଦାର୍ଥ ଖାଇ ଦେଇଛନ୍ତି ଏବଂ ଗୁରୁବାର ଦିନ ମା ଏବଂ ଝିଅଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଚିକିତ୍ସା ସମୟରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking