30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶ୩ ଛୁଆଙ୍କୁ ବିଷ ଦେଲା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କଲା ମହିଳା

୩ ଛୁଆଙ୍କୁ ବିଷ ଦେଲା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କଲା ମହିଳା

ଉତ୍ତରପ୍ରଦେଶ: ସାମାନ୍ୟ ଗୁଟଖା ପାଇଁ ଉଜାଡି ଦେଲା ପରିବାର। ଗୁଟଖା ଖାଇବାକୁ ସ୍ୱାମୀକୁ ଟଙ୍କା ମାଗିଥିଲା ସ୍ତ୍ରୀ। ସ୍ୱାମୀ ଟଙ୍କା ନଦେବାରୁ ନିଜେ ବିଷ ପିଇବା ସହ ୩ ଛୁଆଙ୍କୁ ବିଷ ଦେଇ ଦେଇଥିଲା ସ୍ତ୍ରୀ। ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ଚିତ୍ରକୁଟରେ ୨୬ ବର୍ଷୀୟା ଜ୍ୟୋତି ଯାଦବ ଯିଏକି ନିଶାଗ୍ରସ୍ତ ଥିଲେ। ଏବଂ ତାଙ୍କ ସ୍ୱାମୀଙ୍କୁ ଗୁଟଖା ଖାଇବାକୁ ଟଙ୍କା ମାଗିଥିଲେ। ହେଲେ ଟଙ୍କା ଦେବାକୁ ମନା କରିଦେଇଥିଲେ ସ୍ୱାମୀ ବବ୍ବୁ ଯାଦବ। ଯାହା ଫଳରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା। ସ୍ତ୍ରୀକୁ ଟଙ୍କା ନ ଦେବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମହାଭାରତ ଆରମ୍ଭ ହୋଇଥିଲା।  ଏହା ପରେ ସ୍ୱାମୀ ବବ୍ବୁ ଅଟୋ ନେଇ କାମରେ ବାହାରକୁ ଚାଲିଗଲା। ହେଲେ ସନ୍ଧ୍ୟାରେ କାମ ସାରି ବବ୍ବୁ ଯେତେବେଳେ ଘରକୁ ଫେରିଲେ ଦେଖିଲେ ଯେ ତାଙ୍କ ଛୋଟ ଛୋଟ ପିଲା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।  ଆଉ ତାଙ୍କ ମା ନିଜେ ବିଷ ଖାଇବା ସହ ୩ ଛୁଆଙ୍କୁ ବିଷ ଖୁଆଇ ଦେଇଛି। ଏବଂ ସମସ୍ତେ ଗୁରୁତର ଅବସ୍ଥାରେ ଘର ଭିତରେ ପଡି ରହିଛନ୍ତି।

ସ୍ୱାମୀ ବବ୍ବୁ ଏବଂ ପରିବାର ଲୋକ ସଙ୍ଗେ ସଙ୍ଗେ ସମସ୍ତ ମାଆ ଛୁଆଙ୍କୁ ମଜଗୱାନ୍ ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ।  ଯେଉଁଠାରେ ଡାକ୍ତର ତାଙ୍କର ୧ ବର୍ଷର ଶିଶୁପୁତ୍ର ବୁଲବୁଲକୁ ମୃତ ଘୋଷଣା କରିଥିଲେ। ଅନ୍ୟମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସତନା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।  କିନ୍ତୁ ଜ୍ୟୋତି ଏବଂ ତାଙ୍କ ଚାରି ବର୍ଷର ଝିଅ ଚନ୍ଦ୍ରମାଙ୍କର ରାସ୍ତାରେ ମୃତ୍ୟୁ ହୋଇଗଲା। ଭଗବାନଙ୍କ ଆଶୀର୍ବାଦରୁ ପାଞ୍ଚର ଦୀପଚାନ୍ଦ ବଞ୍ଚିଯାଇଛନ୍ତି। ଏବେ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି।  ତାଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି। ସମ୍ପର୍କୀୟ ଏବଂ ଗାଁ ଲୋକ କହିଛନ୍ତି ଯେ ଜ୍ୟୋତିଙ୍କର ଗୁଟଖା ଖାଇବାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା।  ତାଙ୍କ ସ୍ୱାମୀ ପିଲାମାନଙ୍କ ଏବଂ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁବେଳେ ସ୍ତ୍ରୀଙ୍କୁ ଗୁଟଖା ଖାଇବାରୁ ବାରଣ କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking