25.1 C
Bhubaneswar
Friday, March 20, 2026
Homeଦେଶ ବିଦେଶସ୍ୱାମୀଙ୍କ ସହ ଝଗଡ଼ା ପରେ ଆତ୍ମହତ୍ୟା ପାଇଁ ସ୍ତ୍ରୀ ଚଢ଼ିଲେ ଇଲେକ୍ଟ୍ରିକ୍ ଟାୱାରରେ: ଭିଡିଓ ଭାଇରାଲ

ସ୍ୱାମୀଙ୍କ ସହ ଝଗଡ଼ା ପରେ ଆତ୍ମହତ୍ୟା ପାଇଁ ସ୍ତ୍ରୀ ଚଢ଼ିଲେ ଇଲେକ୍ଟ୍ରିକ୍ ଟାୱାରରେ: ଭିଡିଓ ଭାଇରାଲ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜଣେ ମହିଳା ଏକ ହାଇଟେନସନ୍ ଇଲେକ୍ଟ୍ରିକ୍ ଟାୱାରରେ ଚଢ଼ିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ମହିଳା ଜଣକ ଇଲେକ୍ଟ୍ରିକ୍ ଟାୱାରରେ ଚଢ଼ି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ, ଜଣେ ସାହସୀ ପୋଲିସ ଅଧିକାରୀ ଟାୱାରରେ ଚଢ଼ି ନିଜ ଜୀବନକୁ ବିପଦରେ ପକାଇ ମହିଳାଙ୍କୁ ବଞ୍ଚାଇ ବାକୁ ଟାୱାର ଉପରକୁ ଚଢ଼ିଥିଲେ । ଏହି ହାଇ-ଭୋଲଟେଜ୍ ଡ୍ରାମା କ୍ୟାମେରାରେ କଏଦ ହୋଇଥିଲା ଏବଂ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ରିପୋର୍ଟ ଅନୁସାରେ, ଲାଲାପୁର ପୋଲିସ ଷ୍ଟେସନ ଅଞ୍ଚଳର ଛତାରା ଗାଁରେ ସ୍ୱାମୀଙ୍କ ସହ ଝଗଡ଼ା ପରେ ମହିଳା ଜଣକ ଏହି ଚରମ ପଦକ୍ଷେପ ନେଇଥିଲେ। ପୋଲିସ କନଷ୍ଟେବଳ ରାହୁଲ ସିଂହଙ୍କୁ ଚିହ୍ନଟ କରାଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ମହିଳାଙ୍କୁ ବଞ୍ଚାଇବା ପାଇଁ କନଷ୍ଟେବଳଙ୍କ ସାହସ ଏବଂ ପ୍ରୟାସ ପାଇଁ ପ୍ରଶଂସା କରୁଛନ୍ତି। ସ୍ୱାମୀଙ୍କ ସହ ଝଗଡ଼ା ପରେ ମହିଳା ଜଣକ ଟାୱାର ଉପରେ ଚଢ଼ିଥିବା ନେଇ ସୂଚନା ଆସୁଛି । ଭିଡିଓରେ ଦେଖାଯାଉଛି ଯେ ମହିଳା ଜଣକ ଟାୱାର ଉପରେ ବହୁତ ଉଚ୍ଚରେ ଚଢ଼ିଥିଲେ। ପୋଲିସ କନଷ୍ଟେବଳ ମହିଳାଙ୍କୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଥିବା ଦେଖାଯାଉଛି। ଦୀର୍ଘ ସଂଘର୍ଷ ପରେ, ସେ ଟାୱାର ଉପରେ ଠିଆ ହୋଇଥିବା ମହିଳାଙ୍କ ପାଖରେ ପହଞ୍ଚିଛନ୍ତି। ଭିଡିଓରେ ଅନ୍ୟ ପୋଲିସ କର୍ମଚାରୀ ଏବଂ ଗ୍ରାମବାସୀମାନେ ଟାୱାର ତଳେ ଏକ ସୁରକ୍ଷା ଜାଲ ଧରିଥିବାର ଦେଖାଯାଉଛି, ଯଦି ମହିଳା ଏବଂ କନଷ୍ଟେବଳ ଟାୱାରରୁ ପଡ଼ିଯାଆନ୍ତି ତେବେ ସେମାନଙ୍କୁ ଧରିବା ପାଇଁ। ତଳେ ଅପେକ୍ଷା କରିଥିବା ଅନ୍ୟ ପୋଲିସ ଅଧିକାରୀଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ରଶି ସାହାଯ୍ୟରେ ପୋଲିସ କନଷ୍ଟେବଳ ମହିଳାଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘ ସଂଘର୍ଷ ପରେ, ମହିଳାଙ୍କୁ ଶେଷରେ ଟାୱାରରୁ ସୁରକ୍ଷିତ ଭାବରେ ତଳକୁ ଅଣାଯାଇଛି । ଇଣ୍ଟରନେଟ୍ ବ୍ୟବହାରକାରୀମାନେ କନଷ୍ଟେବଳଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking